pr

ଟେଟ୍ରା ପ୍ୟାକ ମଦ ପ୍ରଚଳନ ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଏଆଇଏମ୍‌ଏସ୍‌ଏସ୍‌ର ବିରୋଧ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ପ୍ରତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦବେଗଜନକ ଅବସ୍ଥାରେ ପହଞ୍ଚି ଥିବାବେଳେ ସରକାରଙ୍କ ଟେଟ୍ରା ପ୍ୟାକ୍ ମଦ ପ୍ରଚଳନ ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଏହା ଶଙ୍କାଗ୍ରସ୍ତ କରିଛି । ନାରୀ ଓ ଶିଶୁ ନିର୍ଯ୍ୟାତନାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି ନିଷ୍ପତ୍ତି ଯେ ଛାତ୍ର ଯୁବକ ମାନଙ୍କୁ ଚରମ ଅଧୋପତନ ଦିଗକୁ ଠେଲି ନେବ ଏବଂ ମହିଳା ମାନଙ୍କ ଉପରେ ଅତ୍ୟାଚାର ବହୁଗୁଣିତ ହେବ ଏଥିରେ ସନ୍ଦେହ ନାହିଁ । ଏଣୁ ଏଆଇଏମ୍‌ଏସ୍‌ଏସ୍‌ ଓଡ଼ିଶା ରାଜ୍ୟ କମିଟି ୬ ମାର୍ଚ୍ଚ ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ସୁନ୍ଦରଗଡ ଜିଲ୍ଲା କମିଟିର ସଭାନେତ୍ରୀ ଲିଅନି ତିର୍କି, ସମ୍ପାଦିକା ବିଦ୍ୟୁତ୍ ମହାନ୍ତ, ଲିଲି ମହାନ୍ତି, ସୂର୍ଯ୍ୟକାନ୍ତୀ ପାତ୍ର, ଲଳିତା ଲାକ୍ରାଙ୍କ ସମେତ ବହୁ ମହିଳା ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଟେଟ୍ରା ପ୍ୟାକ୍ ମଦ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ମହିଳା ମାନଙ୍କ ସୁରକ୍ଷା, ମଦକୁ ନିଷିଦ୍ଧ କରିବା, ନାରୀ ନିର୍ଯ୍ୟାତନାକାରୀଙ୍କୁ ତୁରନ୍ତ କଠୋର ଶାସ୍ତି ଦେବା ଆଦି ଦାବି ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

nrusinghnath
Leave A Reply

Your email address will not be published.