ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ପ୍ରଜା ନାଗ ଫେଣି ଗ୍ରାମର ବୈଶାଖୀ ନାଏକ (୫୦) ଙ୍କୁ ଗତ ରାତି ପ୍ରାୟ ନଅଟା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ତାଙ୍କ ମସ୍ତିଷ୍କ ଖପୁରୀରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଟିଏ ଗାଲର ଚମଡା ମଧ୍ୟ ବାହାରି ଥିବା ଜଣା ପଡ଼ିଛି । ଖବର ପାଇବାପରେ ତାଙ୍କୁ ଏକ ଘରୋଇ ବାହାନରେ ଜୟପାଟଣା ଡାକ୍ତର ଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ସହିତ ଭବାନୀ ପାଟଣା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଜୟପାଟଣାରେ ସେହି ସମୟରେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ସ୍ଥାନୀୟ ଜଙ୍ଗଲ ବିଭାଗର ବନରକ୍ଷୀ ମୂରଲୀଧର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଏକ ବୋଲେରୋ ଗାଡ଼ିରେ ପୀଡ଼ିତାକୁ ଭବାନୀପାଟଣା ପଠାଇବା ସହିତ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ଏତଦ୍ ବ୍ୟତୀତ ଜଣେ କର୍ମଚାରୀ ସାଙ୍ଗରେ ଯିବା ସହିତ ପରବର୍ତ୍ତୀ ସରକାରୀ ସହାୟତା କରେଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭବାନୀପାଟଣାରେ ଚିକିତ୍ସା ଚାଲିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।
Prev Post
Next Post