ମଲମୁଣ୍ଡା ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଷ୍ଟମ ମାସିକ ବୈଠକ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଏସ୍‌ପିଡ଼ି, ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୨୫୭୪/ତା.୨୩.୦୨.୨୦୨୬, ଟିଇ ଓ ଏସସିଇଆରଟି, ଓଡିଶାଙ୍କ ପତ୍ର ସଂଖ୍ୟା- ୧୧୫୬/ ତା.୧୮.୦୨.୨୦୨୬ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ,ପୁଇଁନ୍ତଲାଙ୍କ ଆଦେଶ ସଂଖ୍ୟା- ୫୮୯/ ତା. ୨୫.୦୨.୨୦୨୬ ମୁତାବକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରତିକାରାତ୍ମକ ଶିକ୍ଷଣ ଓ ମୌଳିକ ସ୍ତର ଶିକ୍ଷଣର ସର୍ବେକ୍ଷଣ , ଯାଦୁପେଡ଼ି ସାମଗ୍ରୀର ବ୍ୟବହାର, ସାଧନକର୍ମୀଙ୍କ ଦ୍ୱାରା ଆଲୋଚନା ଓ ଶିକ୍ଷକମାନଙ୍କ ଦ୍ଵାରା ଉପସ୍ଥାପନା, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା-ଭିତ୍ତିକ ଶୈକ୍ଷିକ ଆଲୋଚନା, ନିପୁଣ ଓଡ଼ିଶା ଆପ୍, ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ବୈଠକରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିପଲବାହାଲି ପ୍ରଧାନ ଶିକ୍ଷକ ତଥା ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁନ୍ତଲା ତ୍ରିନାଥ ପାତ୍ର, ସ୍ଥାନୀୟ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଏଫ୍‌ଏଲ୍‌ଏନ୍ ଶିକ୍ଷକ-ଶିକ୍ଷୟତ୍ରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ, ବଲାଙ୍ଗିରର ପ୍ରଥମ ବର୍ଷ ଗୁରୁ ଛାତ୍ର ଅମିତ କୁମ୍ଭାର, ବାସୁଦେବ ଭୁକ୍ତା ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.