ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାର ନଗରୀ ଶାଖା ତରଫରୁ ମାସିକ ସାହିତ୍ୟ ଆସର ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର କାର୍ଯ୍ୟକାରୀ ସଭାପତି ତ୍ରିନାଥ ଦାଶ ମୋହନୀଙ୍କ ସଭାପତିତ୍ୱ, ଉପସଭାପତି ତଥା ଆବାହକ ସୁବାଷ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ୱ ଓ କବି ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିନ୍ମୟ ଆଇଟିଆଇର ଅଧ୍ୟକ୍ଷ ତଥା ପ୍ରାକ୍ତନ ଏୟାର ଅଫିସର ପ୍ରଦୀପ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଆଲୋଚ୍ୟ ପ୍ରସଙ୍ଗ କାବ୍ୟ କବିତାରେ ବସନ୍ତର ଛଟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବିଷୟ ବିଶେଷଜ୍ଞ ଭାବେ ଶ୍ୱେତଲିନା ଶତପଥୀ ଓ ସୌରଭ ଦୁବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ । ଉଭୟ ଆଲୋଚକ ବସନ୍ତ ରାସ, ବିଭିନ୍ନ କବି ସାହିତ୍ୟିକଙ୍କ ବସନ୍ତ ଉପରେ ତଥ୍ୟ ସହ ବସନ୍ତକୁ ଆତ୍ମ ସ୍ଵରୂପର ନବଜାଗରଣ ଓ ଆତ୍ମ ସମୀକ୍ଷାର ବେଳ ତଥା ପ୍ରକୃତି ମାନବୀୟ ସମ୍ବେଦନାର ଏକ ଦୃଶ୍ୟ ବୋଲି ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମୋହିନୀ ସଭାପତିତ୍ୱ ଅଭିଭାଷଣ ପ୍ରଦାନ ଓ ଆବାହକ ଶ୍ରୀ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ଗୌରାଙ୍ଗ ଦାଶ, ସୁବର୍ଣ୍ଣା ଦତ୍ତ, ପ୍ରତିଭା ଦାଶ ମୋହିନୀ, ସୌରଭ ଦୁବେ, ପ୍ରିୟାଂଶୁ ଦାଶ ମୋହିନୀ, ଶ୍ୱେତଲିନା ଶତପଥୀ, କୁଞ୍ଜବିହାରୀ ରାଉତ, ଶୁଚିସ୍ମିତା ପଣ୍ଡା ପ୍ରମୁଖ ବସନ୍ତ ସମ୍ପର୍କିତ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୟନ୍ତୀ ସମାସୀ, ଅଶ୍ୱିନୀ ଶର୍ମା, ପ୍ରଭାତୀ ସାହୁ, ସାରିକା ସିଂ, ରଞ୍ଜିତା ମଲ୍ଲିକ, ହରପ୍ରିୟା ବେହେରା, ପିତାମ୍ବର ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପରିଷଦର ସାଧାରଣ ସମ୍ପାଦକ ମନୋଜ କୁମାର ଗୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

Leave A Reply

Your email address will not be published.