କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ତହଁସିର ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବଙ୍କ ମନ୍ଦିରରେ ବିଧିବିଧାନ ସହ ମହାଶିବରାତ୍ରୀ ଉତ୍ସବ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳନ କରାଯିବ । କାଲି ତା ୧୩.୦୨.୨୬ ଠାରୁ ଆରମ୍ଭ ହୋଇଛି ଛପ୍ପନ ପ୍ରହର ନାମଯଜ୍ଞ ଯାହାକି ତା ୨୧.୦୨.୨୬ ରିଖ ଦିନ ନାମପୂର୍ଣ୍ଣ ଓ ପୂର୍ଣ୍ଣାହୁତି ହେବ, ତା’ ସହିତ ମହାଶିବରାତ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳାରେ ବିଶେଷ ଆକର୍ଷଣ ହେଉଛି ଆକାଶ ଝୁଲା, ବ୍ରେକ୍ ଡାନ୍ସ, ଡ୍ରଗନ ରେଳ ଓ ବିଭିନ୍ନ ପ୍ରକାରର ଫେନ୍ସି ଓ ଫାଷ୍ଟ ଫୁଡ ଦୋକାନ । ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ ଏହି ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିରରେ ।