ପାଇକମାଲରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ବଇଦପାଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସକାଳ ୯ ଘଟିକାରେ ଶିବ ମନ୍ଦିର ଝରଣାରୁ ୧୦୮ ପୂର୍ଣ୍ଣ କସଳ ବିରାଟ ଶୋଭାଯାତ୍ରାରେ ଅଣାଯାଇ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା । ନୂଆପାଲି ସ୍ଥିତ ନବ ପ୍ରଭାତ ଆଶ୍ରମର ଆଚାର୍ଯ୍ୟ ସ୍ୱମେୀ ପରମାନନ୍ଦ ଶାସ୍ତ୍ରୀଙ୍କ ଦ୍ୱାରା ହୋମଯଜ୍ଞ ସମ୍ପାଦିତ ହୋଇଥିଲା । କର୍ତ୍ତା ଭାବରେ ଗୋବର୍ଦ୍ଧନ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ତାରୀମଣି ଦେବୀ କାର୍ଯ୍ୟ ସମ୍ପାଦନ କରିଥିଲେ । ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ଉପ ସଭାପତି ଭକ୍ତ ଚରଣ ସାହୁ ମୁଖ୍ୟବକ୍ତା, ପରମେଶ୍ଵର ଶାସ୍ତ୍ରୀ ସମ୍ମାନିତ ଅତିଥି, ଗୋପପୁର ମହିମା ଆଶ୍ରମର ପ୍ରତିଷ୍ଠାତା ସନ୍ଥ ନୃସିଂହ ବାବା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ହିନ୍ଦୁ ସଂସ୍କୃତି, ହିନ୍ଦୁ ଜାଗରଣ, ହିନ୍ଦୁତ୍ୱର ରକ୍ଷା ଉପରେ ଆଲୋକପାତ କରିଥିଲେ । ଦେଶ ମାତୃକାକୁ ଭଲ ପାଉଥିବା ଶହଶହ ହିନ୍ଦୁ ନରନାରୀ ଯୋଗଦାନ କରିଥିଲେ । ହିନ୍ଦୁ ସମ୍ମିଳନୀର ସଂପାଦକ ନନ୍ଦଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ଆଶୁତୋଷ ସାହୁ, ସୁବାଷିନୀ ସାହୁ, ଅମ୍ବିକା ଭୋଇ, ଡା. ଲମ୍ବୋଦର ପଣ୍ତା, ଓମପ୍ରକାଶ ମେହେର, ମୀନକେତନ ବେହେରା, ଆନନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର ସମ୍ମିଳନୀ ସଂପଳତାର ସହ ସମାପନ ହୋଇଥିଲା ।

Leave A Reply

Your email address will not be published.