ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଯାପିତ

-ଏସଡିଏଏ କପକୁ ବାଜି ମାରିନେଲା ଫୁଲବାଣୀର ଜେଡି କ୍ଲବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡାସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ଚଳିତ ମାସ ୪ତାରିଖରୁ ଆରମ୍ଭ ହୋଇ ୧୧ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ତଥା ଫାଇନାଲ ଖେଳ ଏଫ.ସି.ସମ୍ବଲପୁର ସହ ଜେ.ଡି. କ୍ଲବ ଫୁଲବାଣୀ ମଧ୍ୟରେ କଡା ମୁକାବିଲାର ସହ ଖେଳ ଆୟୋଜନ ହୋଇ ୧-୦ ଗୋଲରେ ଫୁଲବାଣୀ ଦଳ ବିଜୟୀ ହୋଇ ଉପଖଣ୍ଡ କ୍ରୀଡାସଂଘ କପ ହାସଲ କରିପାରିଛି । ଏଥିରେ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, କ. ନୂଆଗାଁ ବ୍ଲକର ବିଜେପି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ଜେଡି କ୍ଲବର ପ୍ରତିଷ୍ଠାତା ଜଳନ୍ଧର ବେହେରା, ଉପଦେଷ୍ଟା ଶେଖ ସାମ୍ବାଦିକ, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ୍‌ ଦେଇ ଖେଳକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଶ୍ରେଷ୍ଠ ସ୍କୋରର୍‌ ଭାବେ ଜେଡି କ୍ଲବର ଜିତୁ ମୁଦୁଲି, ଶ୍ରେଷ୍ଠ ଗୋଲ କିପର ଭାବେ ରବି, ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳି ଭାବେ ଅଭି ମୁଦୁଲି, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ରଞ୍ଜନ କୁମାର ମହାନ୍ତି ସ୍ମାରକୀ ଟ୍ରଫି କାର୍ତ୍ତିକ ହେନ୍ତାଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବିଜେତା ଫୁଲବାଣୀ ଦଳକୁ ୩୧ହଜାର ୧ ଟଙ୍କା ଏବଂ ଉପ ବିଜେତା ସମ୍ବଲପୁର ଦଳକୁ ୨୫ହଜାର ୧ ଟଙ୍କା ସହ ଟ୍ରଫି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଫାଇନାଲ୍‌ ଖେଳକୁ ମୁଖ୍ୟ ରେଫରୀ ଭାବେ ଜିତେନ୍ଦ୍ର ପ୍ରସାଦ ସ୍ୱାଇଁ, କାମାକ୍ଷା ପ୍ରସାଦ ପ୍ରଧାନ, ସୁନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ । ଏଥିରେ ଉପଦେଷ୍ଟା ମଣ୍ଡଳୀର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୁଜିତ କୁମାର ପାଳ, ଏ. ଶ୍ରୀନିବାସ ଦୋରା ତଥା କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.