ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନର ବଡ଼ ଖବର, ବଲାଙ୍ଗିର ଶାନ୍ତିପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଗୁରୁତର ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ପାଟଣାଗଡ଼ ରୋଡ଼ ପଟୁ ଦୃତଗତିରେ ଦୁଇ ଜଣ ବ୍ୟକ୍ତି ଏକ ବାଇକ ଓଡ଼ି ୦୩ଜି ୫୧୬୦ ଯୋଗେ ଟାଉନ ପଟକୁ ଆସୁଥିବା ବେଳେ ଶାନ୍ତିପଡାରେ ଏକ ବଜାଜ ମେକ୍ସିମା ଗାଡ଼ିକୁ ଧକ୍କା ଦେଇଥିଲେ । ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ବଲାଙ୍ଗିର ଲକ୍ଷ୍ମୀଯୋର ଥାନା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି କରିଥିବା ନେଇ ଜଣାପଡିଛି ।
Prev Post