ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ଉଦ୍‌ଘାଟିତ

  • ମା’ ରାମଚଣ୍ଡୀ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ସହଯୋଗ କରାଯିବା : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଠାରେ ଅବସ୍ଥାପିତ ମା’ ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଅବସରରେ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ – ୨୦୨୬ ବର୍ଣ୍ଣାଢ଼୍ୟ ସମାରୋହରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂଜା କମିଟି ପକ୍ଷରୁ ଆୟୋଜିତ ଓ ପରିଚାଳିତ ତୃତୀୟବାର୍ଷିକୀ ମା’ ରାମଚଣ୍ଡୀ ମହୋତ୍ସବ -୨୦୨୬ ଅବସରରେ ଲୋକନୃତ୍ୟ, ସମ୍ବଲପୁରୀ, ସଙ୍ଗୀତ, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମ ପରିବେଶରେ ମୁଖରୀତ ହୋଇ ଉଠିଛି । ପୂଣ୍ୟତ୍ତୋୟା ଋଷିକୁଲ୍ୟା ନଦୀ ତଟବର୍ତ୍ତୀ ତଥା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କି.ମି. ଦୂରରେ ନୀଳାଦ୍ରୀପୁର ପାହାଡ଼ ଶୀଖରେ ବିରାଜମାନ କରିଥିବା ମା’ ରାମଚଣ୍ଡୀପୀଠ ଗଞ୍ଜାମ ଜିଲ୍ଲାର ଏକ ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଅଟେ । ମନ୍ଦିର ପୂଜା କମିଟି ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ ଓ ପୂଜା କମିଟିର ଉପଦେଷ୍ଟା ସନ୍ତୋଷ ମିଶ୍ର ଅତିଥିମାନଙ୍କୁ ମା’ ଙ୍କ ଦର୍ଶନ କରାଇ ପରେ ମଞ୍ଚକୁ ପଚ୍ଛୋଟି ନେଇଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢୀ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଚନ୍ଦ୍ର କ୍ରିଷ୍ଣା ମୂର୍ତ୍ତି, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଇ. ଓ. ପ୍ରସନ୍ନ ଦାସ, ଦକ୍ଷିଣ ଓଡିଶାର ମୁଖ୍ୟ “ନିର୍ଭୟ ପତ୍ରିକା” ରାକେଶ ପ୍ରଧାନ ଯୋଗଦେଇଥିଲେ । ମନ୍ଦିର ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ, ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, କରପଡ଼ା ସରପଞ୍ଚ ଅଜୟ ନାୟକ, ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ, ଉପଦେଷ୍ଟା ବି. ଶ୍ରୀନିବାସ ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ପୂଜା କମିଟିର କର୍ମକର୍ତ୍ତା ଏବଂ ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଯୋଗଦେଇଥିବା ରାଜ୍ୟର ପ୍ରତିଷ୍ଠିତ କଳାକାର ଖ୍ୟାତନାମା ଶାସ୍ତ୍ରୀୟ ସଙ୍ଗୀତଜ୍ଞଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ, ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଥମ ଦିବସରେ କଣ୍ଠଶିଳ୍ପୀ ଗୁରୁ ଗଣେଶ ପଟ୍ଟନାୟକ, ଗାୟିକା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ଡା. ଅନୁରାଧା ପାଣିଗ୍ରାହୀ, କଣ୍ଠ ଶିଳ୍ପୀ ଡା. ଚନ୍ଦନ ଗନ୍ତାୟତ କଣ୍ଠଶିଳ୍ପୀ ଅଙ୍କିତାରାଣୀ ପାତ୍ର, ମେଗାମଞ୍ଚରେ ସଙ୍ଗୀତ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ବିମୁଗ୍ଧ କରି ଦେଇଥିଲେ । ଏହି ଅବସରରେ ପ୍ରଥମ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀଙ୍କ ଧମାଲରେ ପୀଠ ପରିସର ମୁଖରୀତ ହୋଇ ଉଠିଥିଲା । ଅତିଥିମାନଙ୍କ ଉପସ୍ଥିତିରେ ମାଁ ଙ୍କ ଏକ ନୂତନ ସଙ୍ଗୀତ ଶୁଭାରମ୍ଭ ହୋଇଥିଲା । ଏହି ମଞ୍ଚକୁ ସୁନାମଧନ୍ୟ ଉଦଘୋଷାକ ସ୍ୱସ୍ତିଶିୟା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ମା’ ରାମଚଣ୍ଡୀ ପୀଠର ମୁଖ୍ୟ ପରିଚାଳକ ତଥା ସଂଯୋଜକ କମଲ ପଣ୍ଡାଙ୍କ ଦ୍ୱାରା ଜିଲ୍ଲାପାଳ ମୋହଦୟଙ୍କ ଓ ଅନ୍ୟଅତିଥି ମାନଙ୍କୁ ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏଥିସହ ଆଗାମୀ ଦିନରେ ଏହି ପୀଠକୁ ଟୁରିଜିମର ମାନ୍ୟତା ଦେବା ପାଇଁ ଅନୁରୋଧ କରିଥିଲେ । ଏହି ବିଷୟକୁ ନିଶ୍ଚୟ ପ୍ରାଧାନ୍ୟ ଦିଆଯିବା ସହିତ ଅତିଶୀଘ୍ର ନୂତନ ରୂପରେଖା ପ୍ରସ୍ତୁତ କରାଯିବା ନେଇ ଜିଲ୍ଲାପାଳ ଅଗଣିତ ଭକ୍ତମାନଙ୍କ ଆଗରେ ନିଜ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.