ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

  • “କ୍ରୀଡା ମାନସିକ ଓ ଶାରୀରିକ ବିକାଶର ମୂଳ ଆଧାର”

ବଲାଙ୍ଗିର (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ନିଜସ୍ୱ ମିନି ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ଏଡିଇଓ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୋୖରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ବକ୍ତା ଭାବେ ଏଡିଇଓ ପ୍ରବୀର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା, ଯୁବ ସମାଜସେବୀ ଆକାଶ ସାଗର, ମନୋଜ କୁମ୍ଭାର, ବରିଷ୍ଠ ଶିକ୍ଷୟତ୍ରୀ ଯାଜ୍ଞସୀନୀ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ କୁମାର ଦାଶ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ କ୍ରୀଡା ମାନସିକ ଓ ଶାରୀରିକ ବିକାଶର ମୂଳ ଆଧାର ବୋଲି କହିବା ସହ କ୍ରୀଡା ମାଧ୍ୟମରେ ସହଯୋଗ ଓ ନେତୃତ୍ୱ ଗୁଣ ବିକାଶ ପାଉଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପଣ୍ଡା ନିଜ ବକ୍ତବ୍ୟରେ ପାଠପଢା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେବାକୁ କହିବା ସହ କ୍ରୀଡା ଜୀବନରେ ଶୃଙ୍ଖଳା, ସମୟ ପରିଚାଳନା ଓ ଦଳୀୟ ଭାବନା ଗଢିଥାଏ ବୋଲି କହିଥିଲେ । ଶେଷରେ ବିଜେତା ଓ ଉପବିଜେତା ଛାତ୍ରୀ ମାନଙ୍କୁ ପୁରସ୍କାର, ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଥିଲା । କନିଷ୍ଠ ବିଭାଗରେ ସପ୍ତମ ଶ୍ରେଣୀ ଛାତ୍ରୀ ସୋମାଳିକା ପଟ୍ଟନାୟକ ଓ ବରିଷ୍ଠ ବିଭାଗରେ ଦଶମ ଶ୍ରେଣୀ ଛାତ୍ରୀ ଅର୍ପିତା ମହାକୁରଙ୍କୁ ଚାମ୍ପିୟନ ଘୋଷଣା କରାଯାଇ ଚାମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳ ଶିକ୍ଷୟିତ୍ରୀ ତାରାକାନ୍ତି ସାଏ, ସସ୍ମିତା ମିଶ୍ର ଓ ସୁଜାତା ମଲ୍ଲିକ ଖେଳ ପରିଚାଳନା କରିଥିଲେ । ଶିକ୍ଷକ ସୁରେଶ ବାରିକ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସବିତା ମିଶ୍ର ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ଧାରାଶ୍ରୀ ଧୀମୟୀ ବେହେରା, ପ୍ରଜ୍ଞା ପରମିତା ବଘାର, ଲିଜା ସାହୁ, ଜସ୍ମିନ ସାହୁ, ସଂଗୀତା ସାହୁ, ଶିକ୍ଷକ ହରି ଖେତୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ତଥା ବିଇଡି କଲେଜର ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.