ବିଜୁ ପଟ୍ଟନାୟକ ମହିଳା କଲେଜର ବାର୍ଷିକ ଉତ୍ସବ “ଧରୋହର” ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସହର ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ “ଧରୋହର”ମହାସମାରୋହରେ ପାଳନ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରୀତିମୟୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ନାରୀର ଭୂମିକା ଓ ସମ ପରିମାଣରେ ସମାଜର ଉତ୍ତରଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ, ପ୍ରାକ୍ତନ ପରିଚାଳନା କମିଟି ଅଭିମନ୍ୟୁ କୁଶଳ ଓ ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗଦେଇ ଦେଶ ଗଠନରେ ମହିଳାଙ୍କ ଭୂମିକା ଓ ସମପରିମାଣରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କର ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ନିଗ୍ଧା ଦାସ ପରିଚାଳନା କରିଥିବାବେଳେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ତଥା ସମସ୍ତ ଅଣ ଶିକ୍ଷକ କର୍ମଚାରୀଙ୍କ ସମେତ ସମସ୍ତ ଛାତ୍ରୀ ସହଯୋଗ କରିଥିଲେ । ଶେଷରେ ଖୁବ ସମୟ ଧରି କଲେଜର ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.