ବଲାଙ୍ଗିର, (କେପିଏନ୍ଏସ୍) : ଦେଓଗାଁ ଚିନିକଳ ସାମ୍ନାରେ ସାମଜିକ ସଂଗଠନ ଓ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ସମାବେଶରେ ବିଭିନ୍ନ ସାମାଜିକ ସମସ୍ୟା ଗୁଡିକ ଆଲୋଚନା କରାଯାଇଥିଲା । ଧାନ, କପା, ଆଖୁ ଚାଷୀମାନଙ୍କ ଉପରେ ପ୍ରଶାସନର ଚରମ ଅବହେଳା ବାବଦରେ ଆଲୋଚନା କରାଯାଇଥିଲା । ସାମ୍ବାଦିକମାନଙ୍କ ଉପରେ ସରକାରଙ୍କ କୋହଳ ନିତି ଉପରେ ସମାଲୋଚନା କରାଯାଇଥିଲା । ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ସମ୍ବାଦ ସଂଗ୍ରହ ଓ ପରିବେଷଣ କରୁଛନ୍ତି କିନ୍ତୁ ତାଙ୍କର ବିକାଶ ପାଇଁ ସରକାର ତରଫରୁ କୌଣସି ସୁବିଧା ସୁଯୋଗ ଦିଆଯାଉ ନ ଥିବା ବିଷୟରେ ଚର୍ଚ୍ଚା ହୋଇଥିଲା । ଏତଦ୍ ବ୍ୟତୀତ ସମାଜରେ ପ୍ରଚଳିତ ଦାଦନ ସମସ୍ୟା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଣି ଇତ୍ୟାଦି ମୌଳିକ ସୁବିଧା ସରକାର ଦେଉ ନଥିବାର ଅଭିଯୋଗ କରାଯାଇଥିଲା । ଅବିଭକ୍ତ ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ କୃଷି, ଚାଷୀ, ଦିନ ମଜୁରୀଙ୍କ ଦୁର୍ଦ୍ଦଶା ଚିରସାଥି, ଦାଦନ ସମସ୍ୟା ଉଗ୍ରତର, ଶିଳ୍ପ ବିହୀନ, ଶିକ୍ଷାରେ ୩୦% ଶିକ୍ଷକ ଅଭାବ, ଗୁଣାତ୍ମକ ଶିକ୍ଷା ସମ୍ଭବ କି ! ଜୀବନ ରକ୍ଷକ ଔଷଧ ହସପିଟାଲରେ ମିଳୁ ନାହିଁ ଓ ଡାକ୍ତର ଅଭାବ, ବିଦ୍ୟୁତ ମନମୁଖୀ କାଟ ଓ ୟୁନିଟ ପିଛା ୨ ଗୁଣ ବୃଦ୍ଧି ହୋଇଛି । ଦରଦାମ ୨/୩ ଗୁଣ ବୃଦ୍ଧିରେ, କଳାକାର, ଭତାଧାରୀ, ବୃଦ୍ଧବୃଦ୍ଧା, ବିଧବା, ବିକଳାଙ୍ଗ, ହତସନ୍ତ, ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ଆନ୍ତରିକ ଅଭାବ ଯୋଗୁଁ ଗରିବଙ୍କ ବିକାଶ ଯୋଜନା ଏକ ପ୍ରହସନ ଓ ଦୁର୍ନୀତି ଛାଡୁ ନାହିଁ । ଓଡିଶାରୁ ୪ଟି ସିଟ, ରାଜ୍ୟସଭାକୁ ଯିବେ । ସାମାଜିକ ସଂଗଠନ ଦ୍ୱାରା ସୁପାରିସ କରି ପଠଇଥିବା ନିର୍ଦ୍ଦଳିୟ ସ୍ୱାଧିନ ପ୍ରାର୍ଥୀ ଦ୍ୱିଜ ଦଳପତି ଯିଏକି ବିଗତ ୧୨ ବର୍ଷରୁ ଉର୍ଦ୍ଧ୍ୱ ହେବ ଏସ୍ଟି, ଏସ୍ସି, ଓବିସି, ଦୁର୍ବଳ ସ୍ଥିତିରେ ଥିବା ପରିବାର ପାଇଁ ସମ୍ବିଧାନିକ ଅଧିକାର ଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କ ଠାରେ ଧାରଣା ଦେଇ ଆଶା କରୁଁ ଯେ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏ ଦିଗରେ ପ୍ରଧାନ୍ୟ ଦେବେ କି ? ଏହି ସଭାରେ ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତିଙ୍କ ନେତୃତ୍ୱରେ ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ, ଆଦିବାସୀ ଅଧିକାର ମହାସଂଘ ସଂପାଦକ ଦେଦାର ମାଝି, ଜୟ କିଶାନ ଆନ୍ଦୋଳନ ଆବାହକ ସତ୍ୟ ବନଛୋର, ଚାଷୀ ନେତା ମୟ ସାହୁ, ଅଜିତ ରଣା, ପିଣ୍ଟୁ ସେଠ, ସମାଜସେବୀ ବିପିନ କୁଶଲିଆ, ତୋଷାଳି ସାମ୍ବାଦିକ ସଂଘ ତୁଷୁରା ସଭାପତି ଶମ୍ଭୁନାଥ ସାହୁ, ଟିଟିଲାଗଡ ସାମ୍ବାଦିକ ସଂଜୟ ବେହେରା, କୃଷ୍ଣ ପାଣିଗ୍ରାହୀ, ରାମ ଶତପଥି, ସଂଜୟ ମିଶ୍ର, ପଂଚାନନ ନାୟକ, ଚୌଧୁରୀ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଅସ୍ୱିନୀ ସାହୁ ଓ ଶରତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।