csstore

୬ ତାରିଖରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ । ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଇଁ ଉଦ୍ୟକ୍ତାଗଣ ବ୍ୟାପକ ପ୍ରସ୍ତୁତି ଚଲାଇଛନ୍ତି । ମନ୍ଦିର ଟ୍ରଷ୍ଟ, ପୂଜା କମିଟୀ, ପକ୍ଷରୁ ବୁଧବାର ଛତ୍ରପୁର ପ୍ରେସ କ୍ଲବ୍ ଠାରେ କମିଟୀ ସଂଯୋଜକ କମଲ କୁମାର୍ ପଣ୍ଡାଙ୍କ ନେତୃତ୍ଵରେ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି । ଚଳିତ ଫେବୃଆରୀ ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ଖୁବ୍ ଯାକଜମକରେ ସମାହିତ ହେବ । ଏହି ତିନି ଦିନିଆ ସାନ୍ଧ୍ୟ ମହୋତ୍ସବରେ ଓଡିଶାର ବହୁ ପ୍ରତିଷ୍ଠିତ କଳାକାର, ଖ୍ୟାତନାମା କଣ୍ଠଶିଳ୍ପୀ, ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ, ମିଳିତନୃତ୍ୟ, ଗୋଷ୍ଠୀସଙ୍ଗୀତ ପ୍ରଭୃତି ପରିବେଷିତ ହେବ ବୋଲି କୁହାଯାଇଛି । ପୂଜାକମିଟୀର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କ ସମେତ ସହ ସଂଯୋଜକ ତୁଷାର କାନ୍ତ ଶତପଥୀ, ପରିଚାଳନା କମିଟିର ତିରୁପତି ବାଲାଜୀ ମିଶ୍ର, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ କୁଞ୍ଜ ବିହାରି ନାୟକ, ସୁଧୀର ମହାରଣା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ମହୋତ୍ସବର ବିଶଦ ବିବରଣୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନବ କୁଣ୍ଡୀୟ ମହାଯଜ୍ଞ,୧୦୮, ଶ୍ରୀ ଚଣ୍ଡୀପାଠ ମହାଯଜ୍ଞ,୧୦୮ ସାଧୁ ପୂଜନ ଆଦି ବର୍ଣ୍ଣାଢ଼୍ୟ ସମ୍ଭାରରେ ବିଧିବଦ୍ଧ ଭାବେ ପରିଚାଳିତ ହେବ ବୋଲି ବିବରଣୀରେ ଉଦ୍ୟକ୍ତାଗଣ ମତ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠ କେଉଁ ଆବହମାନ କାଳରୁ ପ୍ରତିଷ୍ଠିତ ହୋଇଆସିଥିବା ବେଳ ଏହାର ଜୀର୍ଣ୍ଣୋଦ୍ଧାର ହୋଇ ୨୦୨୩ ମସିହାରେ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ମନ୍ଦିରର ନିର୍ମାଣ ଶୈଳୀ ଓ ପ୍ରାସାଦ ଦୃତ ଗତିରେ ପ୍ରସାର ହୋଇଆସି ପରିବର୍ଦ୍ଧିତ ହୋଇ ଆସିଥିବା ବେଳେ ପ୍ରତିବର୍ଷ ମା’ରାମଚଣ୍ଡୀ ମହୋତ୍ସବ ଉତ୍ସବ ମୁଖରଭାବେ ଆୟୋଜିତ ହୋଇ ମନ୍ଦିରର ପ୍ରସିଦ୍ଧତା ମଧ୍ୟରେ ଜନମାନସରେ ଉଦ୍ଭାସିତ ହୋଇ ଆସୁଅଛି ।

jayashree
Leave A Reply

Your email address will not be published.