ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ନାଇକେନପାଲି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଉପସ୍ଥିତ ମହିଳା ସ୍ଵାସ୍ଥ୍ୟକର୍ମୀମାନଙ୍କୁ କୃମିନାଶକ ଦିବସ ଉପରେ ପ୍ରଶିକ୍ଷଣ ଦେଇଥିଲେ । ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ କୁମାର ମେହେର କାର୍ୟ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଫେବୃୟାରୀ ୧୦ ରୁ ୧୬ ତାରିଖ ମଧ୍ୟରେ ଏକ ବର୍ଷରୁ ଦୁଇ ବର୍ଷ ବୟସର ସମସ୍ତ ଶିଶୁଙ୍କୁ କୃମିନାଶକ ଆଲବେଣ୍ଡେଜଲ ଦ୍ରବଣ ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.