ଫ୍ରେଣ୍ଡସ କ୍ଳବ ତରଫରୁ ଅଲ ଇଣ୍ଡିଆ ସଚେତନତା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ତରଫରୁ ଅଲ ଇଣ୍ଡିଆ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ତରଫରୁ କୋଡିଏ ଜଣିଆ ଟିମ ପ୍ରଥମେ ପ୍ରୟାଗରାଜ ଯାଇ ମାଘ ମେଳାରେ ସଫେଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଠାରେ ତ୍ରିବେଣୀ ସଙ୍ଗମରେ ଜନସାଧାରଣଙ୍କୁ ସଚେତିତ କରିବା ସହ ପ୍ରସାଦ ବଣ୍ଟନ କରାଯାଇଥିଲା ପରେ ବନାରସ ଯାଇ କାଶୀ ବିଶ୍ୱନାଥ ଧାମର ସମସ୍ତ ଘାଟରେ ସଚେତନତା କାର୍ଯ୍ୟକ୍ରମ ସହ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭୋଜନର ବ୍ୟବସ୍ଥା କରାଯାଇଥିଲା । ବିଗତ ଦିନରେ ଅନୁଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସାରା ରାଜ୍ୟରେ ଚହଳ ପକେଇ ଦେଇଥିଲା । ଆଗାମୀ ଦିନରେ ଫୁଟବଲ ଖେଳକୁ ଘରେ ଘରେ ପହଞ୍ଚାଇବା ପାଇଁ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ସହ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନର ସଭାପତି ଲୋଟସ ଷଡ଼ଙ୍ଗୀ ଏବଂ ସମ୍ପାଦକ ଜଗନ୍ନାଥ ମିଶ୍ର କହିଛନ୍ତି । ଏହି ଯାତ୍ରାରେ ଅନୁଷ୍ଠାନର ରଂଜିତ ବେହେରା, ମଧୁ ବନଛୋର, ଟିକୁ ପରିଚ୍ଛା, ପବିତ୍ର ଖୁଣ୍ଟିଆ, ସନତ ତ୍ରିପାଠୀ, ଅରୋରଞ୍ଜନ ମହାପାତ୍ର, ଲକ୍ଷ୍ମୀ ନାରାୟଣ ସ୍ୱାଇଁ, ସନ୍ତୋଷ ପାଢ଼ୀ, ଦେବେନ ପାତ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥି, ପୂର୍ଣ୍ଣ ତ୍ରିପାଠୀ, ପ୍ରଦୀପ ସିଂ, ପୃଥ୍ୱୀରାଜ ବରାଡ଼, ସଂଜୀବ ସାହୁ, ବିକାଶ ସା, ସରୋଜ ସାହୁ, କିଶୋର ଦଣ୍ଡସେନା, ମୁନା ପାଳ, ନିତ୍ୟା ପଧାନ, କମ୍ବୁ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.