ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ମହଲାଇ ଓ ଆଖପାଖ ଗାଁର ଲୋକମାନେ ଏଟିଏମ କାଉଣ୍ଟର ନ ଥିବାରୁ ବହୁ ହଇରାଣ ହରତ ହେଉଥିବା ଦେଖାଯାଇଛି । ଯଦିଓ ମହଲାଇ ବଲାଙ୍ଗିର ତୁଷୁରା ଓ ଦେଓଗାଁ ଭାୟା ଆଟଗାଁରେ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବାରୁ ଏହାର ଆବଶ୍ୟକତା ଜରୁରୀ ପଡ଼ୁଛି । ଅନ୍ୟପଟରେ ଦେଓଗାଁ, ତୁଷୁରା, ମହିମୁଣ୍ଡା ବ୍ୟାଙ୍କରୁ ବାରମ୍ବାର ଟଙ୍କା ଉଠାଣ କରିବାକୁ ଯାଉଥିବାରୁ ଅନ୍ୟଥା ସମୟ ନଷ୍ଟ ଓ ବିପଦର ସମ୍ମୁଖୀନ ହେବାକୁ ପଡ଼ୁଛି । ତେବେ ମହଲାଇରେ ଏକ ଏଟିଏମ କାଉଣ୍ଟର ପ୍ରତିଷ୍ଠା କରାଯାଏ ତାହା ହେଲେ କେବଳ ମହଲାଇ ନୁହେଁ ଦେଓଗାଁ ବ୍ଳକର ୧୫ରୁ ଅଧିକ ଗାଁର ଲୋକମାନେ ଉପକୃତ ହେବେ । ତେଣୁ ମହଲାଇରେ ଏଟିଏମ କାଉଣ୍ଟର ଖୋଲିବାକୁ ସାଧାରଣରେ ଦାବୀ ହେଉଛି ।