ଯୁବକବି ସୁଜିତ କୁମାର ସତପଥିଙ୍କୁ ମୟୁରଭଞ୍ଜ ପୁସ୍ତକ ମେଳା ସାରସ୍ୱତ ପୁରସ୍କାର -୨୦୨୬

ମୟୁରଭଞ୍ଜ : ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ତମ ମୟୁରଭଞ୍ଜ ପୁସ୍ତକ ମେଳା ସାରସ୍ୱତ ପୁରସ୍କାର ୨୦୨୬ କବିତା ବିଭାଗ ପାଇଁ ଯୁବକବି ସୁଜିତ କୁମାର ସତପଥିଙ୍କୁ ସମ୍ମାନିତ କରାଯାଇଛି । ପଶ୍ଟିମା ପ୍ରକାଶନ ଭୁବନେଶ୍ୱରଙ୍କ ଦ୍ୱାରା ୨୦୨୪ରେ ପ୍ରକାଶିତ କବିତା ସଂକଳନ “ଅନାମିତ ରହୁ କିଛି ” ପାଇଁ ସୁଜିତ ଏହି ପୁରସ୍କାର ପାଇଛନ୍ତି । ପ୍ରକାଶିତ ଏହି ସଂକଳନର କବିତା ଗୁଡିକ ମାନବିକ ମୂଲ୍ୟବୋଧ, ମଣିଷର କର୍ତ୍ତବ୍ୟ ଓ ଅଧିକାର , ମନସ୍ତାତ୍ତ୍ବିକ ଦିଗକୁ ପ୍ରକାଶ କରୁଛି । ଛଉ ପଡିଆ ବାରିପଦାରେ ଅନୁଷ୍ଠିତ ହେଉଥିବା ପୁସ୍ତକ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ପୁସ୍ତକ ମେଳା ସଭାପତି ପଦ୍ମନାଭ ସାହୁ ପୌରୋହିତ୍ୟ କରିଥିବାବେଳେ, ସମ୍ପାଦକ ଇଂ ମନୋଜ ଦଳବେହେରା, ଉପଜିଲ୍ଲାପାଳ ବିଶିଷ୍ଟ କବି ଓ ବାଗ୍ମୀ ଡଃ ଦୟାସିନ୍ଧୁ ପରିଡ଼ା ମୁଖ୍ୟଅତିଥି, ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ଯୁଗଶ୍ରୀ ଯୁଗନାରୀ ସମ୍ପାଦିକା ଓ ସମାଜସେବୀ ମମତା ମହାପାତ୍ର ମୁଖ୍ୟବକ୍ତା, ମୟୂରଭଞ୍ଜ ମାଟିର ସୁକନ୍ୟା ପୂର୍ବତନ ରାଜ୍ୟ ସୂଚନା କମିଶନର ଆଇନଜ୍ଞ ଶଶୀପ୍ରଭା ବିନ୍ଧାଣୀ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରକାଶ ଥାଉକି ସାଲେଭଟା ନିବାସୀ ଯୁବକବି ସୁଜିତ କୁମାର ସତପଥିଙ୍କର ଏଯାବତ ଛଅଟି କବିତା ସଂକଳନ ଏବଂ ଗୋଟିଏ ଆଲୋଚନା ପୁସ୍ତକ ପ୍ରକାଶିତ ହୋଇ ପାଠକାଦୃତ ହୋଇଛି ।

Leave A Reply

Your email address will not be published.