- ନୂତନ କର୍ମକର୍ତ୍ତା ନିର୍ବାଚିତ
- ବୁଲବୁଲ୍ ମେହେର ସଭାପତି, ଅସୀମ କୁଣ୍ଡୁ ସମ୍ପାଦକ, କ୍ଷୀରୋଦ ସାହୁ କୋଷାଧ୍ୟକ୍ଷ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ(ଲିଆଫି) ଟିଟିଲାଗଡ ଶାଖାର ୨୯ତମ ସାଧାରଣ ବାର୍ଷିକ ସଭା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥରେ ଥିବା ପବିତ୍ର ପୁଞ୍ଜିପଥର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଲିଆଫି କ୍ଷେତ୍ରୀୟ କୋଷାଧ୍ୟକ୍ଷ ଯୁବଜାନି ବେଜ, ସମ୍ବଲପୁର ମଣ୍ଡଳ କାର୍ଯ୍ୟକାରୀ ସଭାପତି ଇଂ ଅଜିତ କର, ସମ୍ପାଦକ ପ୍ରମୋଦ ପାଣିଗ୍ରାହୀ, କୋଷାଧ୍ୟକ୍ଷ କେ. କୁମାର ସ୍ଵାମୀ, ଉପସଭାପତି ପ୍ରଦୀପ ମହାନ୍ତି, ଧର୍ମ କୁମାର ସାହୁ, ଟିଟିଲାଗଡ ଶାଖା ପ୍ରବନ୍ଧକ କେଶବ ବେରିଆ ଓ କଣ୍ଟାବାଞ୍ଜି ଶାଖା ପ୍ରବନ୍ଧକ ମନୋଜ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଶାଖା ସଭାପତି ବୈକୁଣ୍ଠ ମେହେର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅସୀମ କୁଣ୍ଡୁ ବାର୍ଷିକ ବିବରଣୀ ପାଠ ଓ କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଜୀବନ ବୀମା ଅଭିକର୍ତ୍ତାମାନେ ଦେବଦୂତ ଭଳି ଗୋଟିଏ ପରିବାରକୁ ବୀମା ସୁରକ୍ଷା କବଚ ପ୍ରଦାନ କରୁଥିବା ଓ ଏହି ବୃତ୍ତି ଏକ ସମାଜସେବା ସଦୃଶ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବାଗ ପ୍ରକାଶ କରିଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ବୀମାଧାରକ ଓ ଅଭିକର୍ତ୍ତାଙ୍କ ବୃହତ୍ତର ସ୍ୱାର୍ଥକୁ ନେଇ ସଂଘ ଜାତୀୟ ସ୍ତରରେ ସଂଗ୍ରାମ ଜାରି ରଖିଥିବା ବେଳେ ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବାକୁ ସମ୍ମାନିତ ଅତିଥି ଈଂ. କର ଆହ୍ଵାନ ଦେଇଥିଲେ । ଏହି ଅବସରରେ ଜୀବନ ବୀମା ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମିଶ୍ର, ବରିଷ୍ଠ ଅଭିକର୍ତ୍ତା ଉତ୍ତମ ଦେ, ନାରାୟଣ ରଣା, ସୁରଥ ବେହେରା, ଯୋଗେଶ ପଟ୍ଟନାୟକ ପ୍ରମୁଖଙ୍କୁ ସଂଘ ପକ୍ଷରୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକିୟା ଅନୁଷ୍ଠିତ ହୋଇଥିଲା । ଆଗାମୀ ୨ ବର୍ଷ ପାଇଁ ବୁଲବୁଲ ମେହେର ସଂଘ ସଭାପତି, ସନ୍ତୋଷ ପୁରୋହିତ ଓ ନାରାୟଣ ରଣା ଉପସଭାପତି, ଅସୀମ କୁଣ୍ଡୁ ସମ୍ପାଦକ, ଯୋଗେଶ ପଟ୍ଟନାୟକ ଓ ଶଙ୍କର ଜାଲ ସହସମ୍ପାଦକ ତଥା କ୍ଷୀରୋଦ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସଭା ଶେଷରେ ଅଭିକର୍ତ୍ତା ପଦ୍ମନାଭ ସାହୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଶାଖା ପ୍ରତିନିଧିଙ୍କ ସହ ଶତାଧିକ ସ୍ଥାନୀୟ ଅଭିକର୍ତ୍ତା ଉପସ୍ଥିତ ଥିଲେ ।