csstore

ଉଦ୍‌ଘାଟିତ ହେଲା ପାଟଣେଶ୍ୱରୀ ମହୋତ୍ସବ

  • ଚଣ୍ଡିପାଠ ଓ ହୋମଯଜ୍ଞ ଆରମ୍ଭ ହେଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କର ପୀଠକୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଗତ ୧ ଫେବୃୟାରୀରୁ କଳସ ଶୋଭାଯାତ୍ରା ଓ ଶୁଭ କଳସ ସ୍ଥାପନ ହୋଇଥିଲା । ସହର ପରିକ୍ରମା କରି କରଙ୍ଗାକଟାରୁ ଜଳ ଆଣି ଦେବୀଙ୍କ ମନ୍ଦିରକୁ ପହଂଚିଥିଲା ଶୋଭାଯାତ୍ରା । ପ୍ରଥମ ଦିନରେ କର୍ତ୍ତା ରୂପେ ବୁଲୁ ବେହେରା ଓ ତାଙ୍କ ଧର୍ମିଣୀ ପୌରାଧ୍ୟକ୍ଷା ଲିକା ସାହୁ, ସାମ୍ବାଦିକ ଅଞ୍ଜନ ପଧାନ ଓ ଧର୍ମପତ୍ନୀ ଲୋପମୁଦ୍ରା ସାହୁ ଯଜ୍ଞର କର୍ତ୍ତା ରୂପେ ପୂଜା ରୀତିନୀତି ମଧ୍ୟରେ ଆହୁତି ଅର୍ପଣ କରିଥିଲେ । ରୀତିନୀତି ମଧ୍ୟରେ ସକାଳ ଘ.୯ଟାରୁ ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ପୂଜନକର୍ମ ଅଗ୍ନି ସ୍ଥାପନ ଓ ଚଣ୍ଡି ହୋମଯଜ୍ଞ ଆହୁତ ହୋଇଥିଲା । ଚଣ୍ଡିପାଠରେ ରାଜ ପୁରୋହିତ ଚଣ୍ଡିପାଠ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କଳାଧାମ ଏକାଡେମୀ ନୃତ୍ୟ ଓ ମା’ଙ୍କ ଭଜନରେ ଭକ୍ତ ମନ ମୋହିଥିଲେ । ଏହି ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ମା’ ପାଟଣେଶ୍ୱରୀଙ୍କୁ ଦର୍ଶନ କରି ମନ୍ଦିର ଉନ୍ନତି ଏବଂ ଦେବୋତ୍ତର ବିଭାଗର କିଭଳି ମନ୍ଦିରକୁ ଧ୍ୟାନ ଦେଇ ସୁରକ୍ଷିତ ରହିବ ବୋଲିି କହିଥିଲେ । ମା’ ପାଟଣେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି ବଲାଙ୍ଗିରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ଶମ୍ଭୁ ଶତପଥି ଏବଂ ମନ୍ଦିର ପୂଜକ ମଧୁସୂଦନ ଦିଶ୍ରୀ ସହଯୋଗ କରିଥିଲେ ଏବଂ ଅଘରିଆ ସମାଜ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.