ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ୧୫ ତାରିଖ ଦିନ ଆୟୋଜିତ ହେବ ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ ଜାଗର ଯାତ୍ରା । ଏହି ଅବସରରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିବା ବେଳେ ଏଥିରେ ଅଧ୍ୟକ୍ଷତା କରିଥିଲେ ଚନ୍ଦ୍ରଶେଖର ମହାଦେବ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ପ୍ରକାଶ କୁମାର କେଜ୍ରିୱାଲ୍ । ମହାଶିବରାତ୍ରୀ ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ନୀତିକାନ୍ତି ଅନୁସାରେ ଆୟୋଜନ କରିବାକୁ ବୈଠକରେ ସ୍ଥିର କରାଯାଇଛି । ଦେବଦର୍ଶନ, ଶିବ ସହସ୍ର ନାମଯଜ୍ଞ, ଭଜନ ସମାରୋହ, କୀର୍ତ୍ତନ ପରିବେଷଣ ଆଦି କାର୍ଯ୍ୟକ୍ରମ ମହାଶିବରାତ୍ରୀ ଦିବସରେ ରଖାଯାଇଥିବା ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ସହ ବୈଠକରେ ବୈକୁଣ୍ଠ ସ୍ୱାଇଁ, ବିଜୟ କୁମାର ଅଗ୍ରୱାଲ, ବିନୟ କୁମାର ଅଗ୍ରୱାଲ, ବିଶ୍ୱନାଥ ମିଶ୍ର, ବିରଂଚି ମିଶ୍ର, ପ୍ରମୋଦ ମେହେର, ଧନଂଜୟ ମିଶ୍ର, ମୁକେଶ କୁମାର ସାହୁ, ଖଗେଶ୍ୱର ଜେନାଙ୍କ ସହ ଶାନ୍ତିପଡ଼ା ବାସିନ୍ଦା ଯୋଗଦାନ କରି ନିଜ ନିଜର ମତ ରଖିଥିଲେ । ତେବେ ମହାଶିବରାତ୍ରୀ ଜାଗର ମେଳାକୁ ମହାସମାରୋହରେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ୧୦ ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି ।