ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ଓ ଚତୁର୍ଥ ଶ୍ରଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କର୍ମଚାରୀ ସଂଘର ସଂପାଦକ ତେଜେଶ୍ୱର ନାୟକ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ନିଯୁକ୍ତି ଠାରୁ ଆଜି ଅବସର ଗ୍ରହଣ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟାବଳୀ, ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକ୍ଷିପ୍ତ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଅଧ୍ୟାପକ ସରୋଜ କୁମାର ପାଠୀ, ଗଣନାଥ ସୋରେନ୍ ହିମାଂଶୁ ଚରଣ ସାହୁ, ଆଲିପମା ସାହୁ, ବର୍ଷାରାଣୀ ସୁନ୍ଦରା ଉପସ୍ଥିତ ରହି ନିଜନିଜର ଅନୁଭୂତି ବାଖ୍ୟା କରିଥିଲେ । ଶେଷରେ ଅଧ୍ୟାପକ ଡ଼. ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post