ଦନ୍ଦରା ଉଚ୍ଚ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ ଦନ୍ଦରା ଗ୍ରାମରେ ଥିବା ଆଜ଼ାଦ ଉଚ୍ଚ ବିଦ୍ୟାଳୟର ଦୀର୍ଘ ୩୦ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଥର ପାଇଁ ପ୍ରଥମ ବାର୍ଷିକ ଉତ୍ସବ ବହୁ ଧୂମଧାମର ସହ ପାଳନ କରାଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରି ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ରୂପେ ସିଆରସିସି ବେତାବ ବିଭାର, ତେଜୁରାମ ବାଗ, ନବୀନ ଦୀପ, ଧନୁର୍ଯ୍ୟ ଦୀପ, ବଳିୟାର ମାଝୀ, ପ୍ରଧାନଶିକ୍ଷକ ପ୍ରକାଶ ପଟ୍ଟନାୟକ, ଲକ୍ଷ୍ମଣ ସାହୁ, କିଶୋର ବେହେରା, ଅରୁଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ପୁରୁଷୋତ୍ତମ ବାଗ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ରମେଶ ଚନ୍ଦ୍ର ବୁଡ଼େକଙ୍କ ପରିଚାଳନାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ନୀତି ଶିକ୍ଷା ଉପରେ ଆଧାରିତ ଏକ ସୁନ୍ଦର ନାଟକ ପରିବେଷଣ ହୋଇଥିଲା । ଏହି ଉପାନ୍ତ ଅଂଚଳରେ ପ୍ରଥମଥର ଲାଗି ବିଦ୍ୟାଳୟସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଦନ୍ଦରା ଉଚ୍ଚ ବିଦ୍ୟାଳୟ କର୍ମଚାରୀ ସାଗର ସାହୁ, ବୀରେନ୍ଦ୍ର ପୁଟେଲ, ବାଲି ପୁଟେଲ, ବିଶି ପୁଟେଲ, ପ୍ରହଲ୍ଲାଦ ମହାପାତ୍ର, ବଡ, ରାଜନ, କଳିରାମ, ଛାତ୍ରଛାତ୍ରୀ କରନ, ହୃଷିକେଶ, ଅମନ, ଲିପି, ପ୍ରୀତି, ଯମୁନା, ଅଙ୍କିତା, ମମତା, ରାଧିକାଙ୍କ ସହ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.