ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ଭଗବତୀ ପ୍ଲଟ ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଶହ ଶହ ମହିଳା କଳସ ଯାତ୍ରା କରି ସ୍ଥାନୀୟ ରାମେଶ୍ୱର ଘାଟ ତଥା ତ୍ରିବେଣୀ ସଙ୍ଗମରୁ ପୂର୍ଣ୍ଣ କଳସ ଆଣିବା ସହ ଯଜ୍ଞ ମଣ୍ଡପ ଠାରେ ପ୍ରତିଷ୍ଠା କରିବା ପରେ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ଭାବରେ କାଳୀଚରଣ ମିଶ୍ର, ଆଶିଷ ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ତୁଳାଇଥିଲେ । ପୁରୀ ମହନ୍ତ ତଥା ଶ୍ରୀ ଗୋପାଲଜୀଙ୍କ ମଠାଧୀଶ ଶ୍ରୀ ବଂଶୀଧର ଦାଶ ମହାରାଜଙ୍କ ସହ ସାଧୁ ସନ୍ଥଙ୍କ ଯଜ୍ଞ ସ୍ଥଳକୁ ଆଗମନ ହୋଇଥିଲା । କର୍ତ୍ତା ଭାବରେ ପ୍ରମୋଦ କୁମାର ଆଚାର୍ଯ୍ୟ, ଧର୍ମପତ୍ନୀ ମୌସୁମୀ ଆଚାର୍ଯ୍ୟ, ମାନଭଞ୍ଜନ ବେଦବାକ, ଧର୍ମପତ୍ନୀ ଜୟନ୍ତୀ ବେଦବାକ, ପ୍ରକାଶ ଚନ୍ଦ୍ର ସାହୁ ଧର୍ମପତ୍ନୀ ତାମସୀ ତାମସ୍ମିତା ନାୟକ ଏବଂ ଅମର କୁମାର ଭୁତ୍, ଧର୍ମପତ୍ନୀ ରିମା ଭୁତ୍ କାର୍ଯ୍ୟଭାର ତୁଳାଇ ଥିଲେ । ସ୍ଥାନୀୟ ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ମେହେର, ଉମେଶ ମେହେର, ଘସିଆ ମେହେର, ବିଶି କେଶନ ମେହେର, ନାରାୟଣ ମେହେର, ଦେବେନ୍ଦ୍ର ମେହେର, ନନ୍ଦ କିଶୋର ତ୍ରିପାଠୀ, ଆନନ୍ଦ ମେହେର, ବାବୁଲୁ ମେହେରଙ୍କ ସହ ଅନ୍ୟାନ୍ୟ ବରିଷ୍ଟ ସଭ୍ୟଙ୍କ ସହ ଭଗବତୀ ୟଙ୍ଗ ମାସର ସଭାପତି ପିଣ୍ଟୁ ରଥ ସମ୍ପାଦକ ଧୀରେନ୍ଦ୍ର ମେହେର ଓ କୋଷାଦକ୍ଷ ସୋମନାଥ ମେହେରଙ୍କ ସହ ସମସ୍ତ ସଦସ୍ୟଙ୍କ ସହଯୋଗରେ ନାମଯଜ୍ଞ, ସୁନ୍ଦରାକାଣ୍ଡ, ଭଜନ, ହୋମ ଯଜ୍ଞ ସହ ଶ୍ରୀ ଶ୍ରୀ ରାଧା କୃଷ୍ଣ, ଜଗନ୍ନାଥ, ଭଳବଦ୍ର ଓ ସୁଭଦ୍ରା ଏବଂ ରାମ ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହେଇଥିଲା । ଏହି ଅବସରରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।