pr

ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

dr. purohit

ବାଲେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୋଗରାଇ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ୮୦ ଜଣ ଅଭିଯୋଗକାରି ନିଜ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ । ଏହି ଅଭିଯୋଗ ମଧ୍ୟରେ ୭୬ ଗୋଟି ବ୍ୟକ୍ତିଗତ ଏବଂ ୦୩ ଗୋଟି ସାମୂହିକ ସମ୍ପର୍କିତ ଥିଲା । ଏହି ମିଳିତ ଜନ ଶୁଣାଣୀ ଶିବିରରେ ୦୬ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିବା ସଙ୍ଗେ ସଙ୍ଗେ ୦୧ ଜଣ ହିତାଧିକାରୀଙ୍କୁ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିଲା । ପରେ ପରେ ୦୧ ଗୋଟି ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରିଙ୍କୁ ଟ୍ରାଇ ସାଇକଲ ବଣ୍ଟନ କରାଯାଇଥିଲା । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ପ୍ରଭାତ କୁମାର ବେହେରା, ଉପ ଜିଲ୍ଲାପାଳ, ବାଲେଶ୍ଵର ଶିବ ମାଲବ୍ୟଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.