ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ଶ୍ରୀ ସତ୍ୟସାଇ ନିର୍ମଳ ଝର୍ ୱାଟର ପ୍ରୋଜେକ୍ଟ) ଲୋକାର୍ପିତ ହୋଇଛି । ଏହି ଗ୍ରାମରେ ଏବଂ ତାହାର ଆସପାସ ଅଞ୍ଚଳରେ ଫ୍ଲୋରାଇଡ୍ ଯୁକ୍ତ ବିଷାକ୍ତ ପାନୀୟ ଜଳ ଗ୍ରହଣ କରି ଲୋକମାନେ ରୋଗାକ୍ରାନ୍ତ ହେଉଥିବା ହେତୁ ସେଠାରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସତ୍ୟସାଇ ଟ୍ରଷ୍ଟ ଓଡ଼ିଶା ଦ୍ୱାରା ସ୍ଥାପିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଗୁଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ଓ ସତ୍ୟସାଇ ସେବା ଅର୍ଗାନାଇଜେସନ୍ ବଲାଙ୍ଗିରର ଜିଲ୍ଲା ସଭାପତି ମନୋଜ ମହାପାତ୍ର, ରାଜ୍ୟ ସଂଯୋଜକ କୈଳାଶ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖିରୋଦ ସାହୁ, ଅଶ୍ୱିନୀ କୁମାର ମିଶ୍ର, ସାଇ ଦର୍ଶନ ସାହୁ, ଜଗଦୀଶ୍ୱର ବେହେରା, ଜିତେନ୍ଦ୍ର କୁମାର ପଣ୍ଡା, ଛବିନ୍ଦ୍ର ବାରିକ, ଶ୍ରୀମତୀ ମାଣି ମାଝୀ, ଗୀତା ସାହୁ ଏବଂ ପ୍ରିୟଙ୍କା ସାହୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ସଭା ଶେଷରେ ସୁଦାମ ମାଝୀ ଓ ଯୁବରାଜ ମାଝୀ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରୀ ସତ୍ୟସାଇ ନିର୍ମଳ ଝର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗତ ୧୮ ତାରିଖରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଓଡିଶାର ୫୦ ତମ ରାଜ୍ୟ ସମ୍ମିଳନୀ ତଥା ପାଦୁକା ରଥର ସମାପନରେ ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଆର. ଜେ. ରତ୍ନାକର ଓ ଶ୍ରୀ ସତ୍ୟସାଇ ସେବା ସମିତିର ଅଲ୍ ଇଣ୍ଡିଆ ପ୍ରେସିଡେଣ୍ଟ ନିମିସ ପାଣ୍ଡିଆଙ୍କ ଦ୍ୱାରା ଆଭାସି ମାଧ୍ୟମରେ ବାବାଙ୍କ ପାଦ ପଦ୍ମରେ ସମର୍ପଣ କରାଯାଇଥିଲା, ତାହା ଲୋକାର୍ପିତ କରାଗଲା ।