pr

ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସାଂଗଠାନିକ ବୈଠକ ଅନୁଷ୍ଠିତ : ନୂଆ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମାହିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଠବର୍ଷ ପୁରୁଣା ଓ ସେବା ପାଇଁ ଜଣାଶୁଣା ସଂଗଠନ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରତାପ ସାଗରପଡ଼ା ସାଇ ମନ୍ଦିର ନିକଟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସଂଗଠନର ସବୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ତେବେ ସଂଗଠନର ସଫଳ କାର୍ଯ୍ୟ ଓ ଅନବରତ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନୂଆ କର୍ମକର୍ତ୍ତା ଚୟନ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ଏଥିରେ ଜିଲ୍ଲା ସଭାପତି ଭାବରେ ଉତ୍ତମ ନନ୍ଦ, ଉପସଭାପତି ଦେବରାଜ ନାଗ, ସମ୍ପାଦକ ଲିଙ୍କନ ସେଠ, ସହ ସମ୍ପାଦକ ସହଦେବ ନାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମିଶ୍ରଙ୍କୁ ଚୟନ କରାଯାଇଛି । ସେହିପରି ଆଇନ ଉପଦେଷ୍ଟା ଭାବରେ ଏଡଭୋକେଟ ଶାନ୍ତନୁ ଭୋଇ, ଉପଦେଷ୍ଟା ମଣ୍ଡଳୀରେ ସନ୍ତୋଷ କୁମାର ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଅମିତ୍ ମହାନ୍ତି, ଟୁଲୁ ସାହୁ, ଧନଞ୍ଜୟ ପାଣିଗ୍ରାହୀ, ସୁରେନ୍ଦ୍ର ସେଠ, ଡାକ୍ତର ବେଣୁଧର ପାଣ୍ଡେ, କିଶୋର ରଥ, ସନ୍ଦୀପ ବାଗ, ସାମ୍ବାଦିକ ଶେଖ୍ ମହମ୍ମଦ ୱାହିଦ, ରଣରାଜ ସିଂହଦେଓ, ଶ୍ୟାମ ସୁନ୍ଦର ଗହୀର, ବୁଲୁ ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଛି । ସେହିପରି ସାମାଜିକ ଗଣମାଧ୍ୟମ ପରିଚାଳକ ଭାବରେ ତିନି ଜଣ ସଦସ୍ୟ ପ୍ରଶାନ୍ତ ମିଶ୍ର, ଗୋବିନ୍ଦ ଶତପଥୀ ଓ ସରୋଜ ଜାଲଙ୍କୁ ଦାୟିତ୍ଵ ଜ୍ଞାପନ କରାଯାଇଛି । ତେବେ ନୂତନ କର୍ମକର୍ତ୍ତାଙ୍କୁ ଉପସ୍ଥିତ ସବୁ ସଦସ୍ୟମାନେ ଶୁଭେଚ୍ଛା ଜଣାଇବା ସହ ସଂଗଠନର ମୂଳ ଉଦ୍ଦେଶ୍ୟ ଲୋକ ତଥା ଜୀବଜଗତର ସେବା କିଭଳି ଅନବରତ ଜାରି ରହିବ ତା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରସ୍ତାବ ସବୁ ଗୃହୀତ ହୋଇଯାଇଛି ।

nrusinghnath
Leave A Reply

Your email address will not be published.