csstore

ବଲାଙ୍ଗିର ଜୟ କିଶାନ ଆନ୍ଦୋଳନ ପକ୍ଷରୁ ଚକ୍କା ଜାମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶକୁ ଛାଡ଼ି ବାକି ଭାରତର ସମସ୍ତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଚକ୍କା ଜାମ୍‌ ଆହ୍ୱାନ ଦିଆଯାଇଥିବା ବେଳେ ବଲାଙ୍ଗିର ଜୟ କିଶାନ ଆନ୍ଦୋଳନ ପକ୍ଷରୁ ମଧ୍ୟ ନିକଟସ୍ଥ ଚୂଡ଼ାପାଲି ପାଖ ଭୁଏପାଲି ଛକରେ ଚକ୍କା ଜାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜୟ କିଶାନ ଆନ୍ଦୋଳନର ଆବାହକ ସତ୍ୟ ବନ୍‌ଛୋର୍‌ଙ୍କ ସହ ସିପୁନ ଖମାରୀ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବ୍ୟାସଦେବ ଥନାପତି, ଗିରିଧାରି ଭୋଇ, ଘାସୀରାମ ବେହେରା, ଛନ୍ଦା ବନ୍‌ଛୋର୍‌, ଭୋଲା ସାହୁ, ଦୁର୍ଯ୍ୟୋଧନ ସାହୁ, ଟିକେଲାଲ ସାହୁ, ସୁମନ୍ତ ମେହେର, ଶ୍ରଦ୍ଧାକର ଚନ୍ଦନ, ଆକାଶ ବନ୍‌ଛୋର୍‌, ପରଦେଶୀ ବିଶ୍ୱାଳ ପ୍ରମୁଖ ଚାଷୀ ସାମିଲ୍‌ ହୋଇଥିବା ସୂଚନାରେ କୁହାଯାଇଛି । ତେବେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଆନ୍ଦୋଳନ ସ୍ଥଳରେ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ମଧ୍ୟ ରହିଛନ୍ତି ।

jayashree
Leave A Reply

Your email address will not be published.