ଜଙ୍ଗଲ ଘେରା ବିଲ ଭିତରେ ପଡିଥିବା ଅର୍ଦ୍ଧପଚା ଶବର ମିଳିଲା ପରିଚୟ

  • ୭ଦିନ ଧରି ଥିଲେ ନିଖୋଜ
  • ଆଜି ମିଳିଲା ଶବ
  • ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ମହାଲାଇ ପଞ୍ଚାୟତର ବୁଦେଲଗୁମା ଗାଁ ଜଙ୍ଗଲ ଭିତରେ ଥିବା ଏକ ମୁଗ ବିଲ ଉପରେ ଏକ ଦର ପୋଚା ଉଲଗ୍ନ ଶବକୁ ଆଜି ଠାବ କରିଥିଲା ଦେଓଗାଁ ପୁଲିସ । ତେବେ ମୁଗ ବିଲ ଭିତରେ ପଡ଼ିଥିବା ଏହି ଅପରିଚିତ ଶବଟିର ପରିଚୟ ଖୋଜି ପାଇଛି ଦେଓଗାଁ ପୁଲିସ । ଦରପଚା ଶବଟି ତୁଷୁରା ଥାନା ଘୁଡୁକାପଲା ସ୍ଥିତ ସଞ୍ଜୟପଡ଼ାର ଶ୍ୟାମ ସୁନ୍ଦର ରଣାଙ୍କ ବୋଲି ଜଣାପଡିଛି । ସେ ଗତ ୭ଦିନ ତଳେ ନିଖୋଜ ହୋଇଥିବା ନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ହେଲେ ଆଜି ଦେଓଗାଁ ଥାନା ଅଞ୍ଚଳରେ ଏହି ନିଖୋଜ ହୋଇଥିବା ବୃଦ୍ଧ ଜଣକଙ୍କର ମୃତଦେହ ମିଳିବା ପରେ ଘଟଣାସ୍ଥଳକୁ ଦେଓଗାଁ ଥାନା ଅଧିକାରୀ ସବିତା ଥେମରା, ଆଇଆଇସି ରଞ୍ଜିତ ପ୍ରଧାନ ସଦଳବଳ ଧରି ମୃତଦେହକୁ ଜବତ କରି ତଦନ୍ତ କରୁଛି ଦେଓଗାଁ ପୁଲିସ । ତେବେ ଏହି ଶବକୁ ନେଇ ଅନେକ ପ୍ରଶ୍ନଛିଡା ହେବା ସହ ଅକୁହା କଥା ଗୁଡ଼ିକ ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ଏହି ଶବ ମିଳିବା ଘଟଣାକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ଅର୍ଜୁନପୁର ତୁଷୁରା ରାସ୍ତାର ମାଧିଆପାଲି ଛକ ନିକଟରେ ଏକ ରାଜସ୍ଥାନୀ ଗାଡ଼ି ବୃଦ୍ଧଜଣକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କମୃତ୍ୟୁ ହୋଇଥିଲା । ଦୋଷ ଲୁଚାଇବାକୁ ଯାଇ ଦୁର୍ଘଟଣା ସ୍ଥଳରେ ମାଟି ଢାଙ୍କି ଦେଇ ଅନ୍ୟତ୍ର ଜଙ୍ଗଲ ଭିତରକୁ ଶବ ଫିଙ୍ଗି ଦେଇଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଏଣୁ ଏ ଦିଗରେ ଜିଲ୍ଲା ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.