ମା’ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମ. ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ଖେଳ ପଡିଆଠାରେ ଚାଲିଥିବା ମା’ ସୁନାମୁଖୀ ଏକାଦଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ମ୍ୟାଚ ସିଙ୍ଗପୁର ଓ ଯୁଗୀପଳା, ଦ୍ୱିତୀୟ ମ୍ୟାଚ ଅଲାତରା ଓ ଡଙ୍ଗାବାହାଲ ମଧ୍ୟରେ ଅନୁଷ୍ଠିତ ହୋଇ ଉଭୟ ମ୍ୟାଚର ବିଜୟୀ ଦଳ ଫାଇନାଲରେ ପ୍ରଥମେ ଯୁଗୀପଳା ଦଳ ବ୍ୟାଟିଙ୍ଗ କରି ୭ ଓଭରରେ ୭୭ ରନ କରିଥିଲେ, ବିପକ୍ଷରେ ଅଲାତରା ନିର୍ଦ୍ଧାରିତ ଓଭର ୨ ଉଇକେଟ ବିନିମୟରେ ୭୨ ରନ କରିପାରିଲେ । ଏଣୁ ଯୁଗୀପଳା ଦଳ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ହୋଇଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଭୀମଜନ ବଗର୍ତ୍ତି ଓ ଖ୍ରୀଷ୍ଟଦତ୍ତ ରାଉତ ସମ୍ମାନିତ ଅତିଥି ଭାବେ ଅଲାତରା ସରପଞ୍ଚ ସସ୍ମିତା ନାଗ, ନରେଶ ଦଣ୍ଡିଆ, ପ୍ରଶାନ୍ତ ବଗର୍ତ୍ତି, ଦୁର୍ବାଦଳ ଭୋଇ, ସରୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ ଓ ପୁରସ୍କାର ବିତରଣ କରିଥିଲେ । ଖେଳ ପରିଚାଳନା ହେମସଗାର ସୁନା ଓ ଡମ୍ବରୁ ସୁନା, ଧାରା ନିବାରଣୀ ଗଙ୍ଗାଧର ରଣା ଓ ଜତୀନ୍ଦ୍ର ସାହୁ, ସ୍କୋର ବୋର୍ଡ଼ ଉମେଶ ଚନ୍ଦ୍ର ନାୟକ ଥିବାବେଳେ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.