ଦକ୍ଷିଣାଞ୍ଚଳ ଦଳିତ, ଆଦିବାସୀ, ପଛୁଆବର୍ଗ, ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ଶ୍ରମିକଙ୍କ ଅଧିକାରକୁ ପ୍ରାଥମିକତା ଦେବା ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନପ୍ରତିବାଦ ନାମରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଣ ସଂଗଠନ ଯଥା-ଭାରତ ମୁକ୍ତି ମୋର୍ଚ୍ଚା, ଭିଟା-ମାଟି ସୁରକ୍ଷା ଅଭିଯାନ, ଆଦିବାସୀ ଲୋକ ସଂଗଠନ, ଦକ୍ଷିଣାଞ୍ଚଳ ବିକାଶ ମଞ୍ଚ, ଦଳିତ ସହାୟକ ପ୍ରତିଷ୍ଠାନ ଏବଂ ଗଞ୍ଜାମ ଜିଲ୍ଲା ଆଧାର ଅପରେଟର ସଂଘର ଶତାଧ‌ୀକ କର୍ମକର୍ତ୍ତା ପ୍ରମୁଖ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜନ ପ୍ରତିବାଦ ରାଲି ଆୟୋଜନ କରିଥିଲେ । ବାମସେଫ୍ ଓ ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନକୁ ପୁନଃ ସ୍ୱୀକୃତି ପ୍ରଦାନ ପୂର୍ବରୁ ବାତିଲ ହୋଇଥିବା ଅଧିବେଶନ ପାଇଁ ଯଥୋଚିତ କ୍ଷତିପୂରଣ ଦେବା, ଜଙ୍ଗଲ ଜମି ଅଧିକାର ଆଇନକୁ ସଠିକ୍ ଓ ପୂର୍ବ ଭାବେ କାର୍ଯ୍ୟକାରୀ କରିବା, ବ୍ରହ୍ମପୁର ମହାନଗର ନିଗମର ଅଧିନରେ ଥିବା ସନ୍ ଆଇ କେୟାର ପ୍ରତିଷ୍ଠାନ ସଂପୃକ୍ତ ମାନବ ଚାଲାଣ ଘଟଣାରେ ଆଦିବାସୀ ମଧୁ ଶବରଙ୍କୁ ନ୍ୟାୟ ପ୍ରଦାନ, ବେଗୁନିଆପଡା ଥାନା ଆଇ.ଆଇ.ସିଙ୍କ ମନ୍ଦ କାର୍ଯ୍ୟକଳାପ ଓ ଅସଦାଚରଣ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଆଧାର ଅପରେଟରମାନଙ୍କ ଅଧିକାର ସୁରକ୍ଷା, ବୁମ୍ ସୋଲୁସନ୍ କମ୍ପାନୀଙ୍କ ଅତ୍ୟାଚାର ଓ ଶୋଷଣକୁ ତୁରନ୍ତ ବନ୍ଦ କରିବା ଆଦି ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ୟୁ. ଶ୍ରୀନିବାସ ଓ ରାଜ୍ୟ କୋଅଡିନେଟର ଆଇ, ରାମା ରାଓଙ୍କ ବିରୋଧରେ ତୁରନ୍ତ ଏତଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଶିବା ସତ୍ୟମଙ୍କୁ ପୁନଃ ନିଯୁକ୍ତ କରି ସମ୍ମାନ ଫେରାଇ ଦେବା ପାଇଁ ଦାବି ହୋଇଛି । ଏହି ଜନ ପ୍ରତିବାଦରେ ସୁମା ଦାସ, ବିଜୟ ସ୍ୱାଇଁ, ମଧୁସୂଦନ ସେଠୀ, ରଜନୀ ଶବର, ସୌରୀ ଶବର, ଶଙ୍କର ଶବର, ରାଜୁ ଶବର, ଜ୍ଞାନ ରଞ୍ଜନ ସାହୁ, ସନ୍ତୋଷ ସାହୁ, ସାଗର କୁମାର ସାହୁ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସେମାନେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀଙ୍କୁ ଭେଟି ସମସ୍ତ ଦାବିର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.