csstore

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛଅ ଜଣ ଯବାନଙ୍କ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛଅ ଜଣ ଯବାନଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଭୋଇ, ଧୁମାଭଟା ଆୟୁର୍ବେଦି ଡ. ସୁରଥ ମହାନନ୍ଦ, ସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର ନାଗ, ସ୍କୁଲ ସଭାପତି ସୁଶାନ୍ତ ସାହୁ, ଧୁମାଭଟା ଗ୍ରା.ପ. ର ୬ ଜଣ ଭାଇ ଅର୍ଦ୍ଧ ସାମରିକ ବାହିନୀରେ ସୈନିକ ଭାବରେ ଚୟନ ହେଲେ ଦେଶ ସେବା ପାଇଁ ସୁଯୋଗ ପାଇଲେ ଆମର ଅଞ୍ଚଳ ଲାଗି ବହୁତ ଗର୍ବର ବିଷୟ ଆମର ଧୁମାଭଟା ମାଟି ପାଇଁ ବହୁତ ବଡ ଗର୍ବର ବିଷୟ । ଚୟନ ହୋଇଥିବା ଭାଇ ମାନଙ୍କର ନାମ ଶଙ୍କର କୁମାର ବୁଡେକ, ସିଆରପିଏଫ୍‌, (ଧୁମାଭଟା) ଅନିଲ କୁମାର ସାହୁ ଆଇଟିବିପି, (ଧୁମାଭଟା) ଅନିଳ କୁମାର ରାଉତ ସିଆଇଏସ୍‌ଏଫ୍‌, (ଜଳିଆ) ପ୍ରବିନ କୁମାର ମାଝି ବିଏସ୍‌ଏଫ୍‌, (ଜଳିଆ) ମନୋଜ କୁମାର ବିଭାର ବି.ଏସ୍‌.ଏଫ୍‌ (ଜଲିଆ) ପ୍ରଶାନ୍ତ କୁମାର ନାଗ ସିଆଇଏସ୍‌ଏଫ୍‌ (ହଟକଟ) ଏହି ଭାଇ ମାନଙ୍କୁ ଆମର ଧୁମାଭଟା ପଞ୍ଚାୟତ ତରଫରୁ ଏହି ୬ ଜଣ ଯବାନକୁ ମଞ୍ଚାନ କେ ଡାକିକରି ସମ୍ମାନିତ କରାଗଲା ।

jayashree
Leave A Reply

Your email address will not be published.