ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଠୀ ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ଅଜିମ୍ ପ୍ରେମଜୀ ଫାଉଣ୍ଡେସନ ବାଙ୍ଗାଲୋର ସହାୟତାରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଠୀ ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଆରର ସଂଯୋଜକ ମୁକେଶ କୁମାର ଯୋଶୀ ସ୍ୱାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ରେଆରର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ବୌଦ୍ଧିକ ଓ ବିକାଶ ବାଧିତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତିଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ଥଇଥାନ, ସରକାରୀ, ସାମାଜିକ ଏବଂ ଗୋଷ୍ଠୀ ସଂଗଠନ ମିଳିତ ଉଦ୍ୟମରେ ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଥଇଥାନ କରାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଲିନା ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁନର୍ବାସ ପାଇଁ ଗୋଷ୍ଠୀ ଭିତ୍ତିକ ଥାଇଥାନ ମାଧ୍ୟମ ରେଆର ଓଡ଼ିଶାର ବିଭିନ୍ନ ଅପହଞ୍ଚ ଇଲାକାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଥଇଥାନ କାର୍ଯ୍ୟକ୍ରମ ପ୍ରଶଂସନୀୟ । ଏହାକୁ ଅଧିକ କ୍ରିୟାଶୀଳ ରଖିବାକୁ ମତ ରଖିବା ସହ ଶିଶୁ ମଙ୍ଗଳ ସମିତିର ଦାୟିତ୍ଵ, କର୍ତ୍ତବ୍ୟ ଓ ଭୂମିକା ଉପରେ ଜଣାଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ସିଆର୍‌ସି ବଲାଙ୍ଗିରର ପୁନଃ ଥଇଥାନ ଅଫିସର, ଜିଲ୍ଲା ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ହୋତା ଓ ସୁମିତ୍ରା କୋରା ଯୋଗଦେଇ ନିଜ ନିଜ ବିଭାଗରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଖୋଲା ଆଲୋଚନା ସମୟରେ ପଲ୍ଲୀ ଆଲୋକ ପାଠାଗାର ବଲାଙ୍ଗିରର ପ୍ରକଳ୍ପ ସଂଯୋଜକ ହିରାଲାଲ ମିଶ୍ର, ୱାସିଡ଼ିଏର ଆନନ୍ଦିନୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସାମାଜିକ କର୍ମୀ ଅରୁଣ ଖୁଆସ, ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଓ ଗୁଡଭେଲା ବ୍ଲକର ଭିନ୍ନକ୍ଷମ ଏବଂ ଅଭିଭାବକମାନେ ଯୋଗଦେଇ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ରେଆରର ଅଶୋକ କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୟାନିଧି ରଣା, ଅବନୀ ସାମଲ, ପ୍ରଦ୍ୟୁମ୍ନ ସେଲମା, କ୍ଷେତ୍ରଲାଲ ସାମଲ, ନୀଳାମ୍ବର ସାହୁ, ଆରତୀ ରଣା, ଟୁନି ବାଗ ଏବଂ ଭାଗ୍ୟସିନୀ ରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.