ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ବଙ୍ଗୋମୁଣ୍ଡା ଓ ୟୁନିକ ଷ୍ଟାର ସ୍ପୋର୍ଟସ କ୍ଲବ ପକ୍ଷରୁ ଦ୍ୱିତୀୟ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡାର ଜମିଦାର ତଥା ପୂର୍ବତନ ବରିଷ୍ଠ ଖେଳାଳି ଶରତ ଚନ୍ଦ୍ର ସିଂ ଭୋଇ, ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ କଣ୍ଟାବାଞ୍ଜି ଓ ବଡ଼ଗମଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି ଦଳ ୧-୦ ଗୋଲରେ ବଡ଼ଗମଡା ଦଳକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଂଚିଛି । ଆୟୋଜକ କମିଟିର ଡବ୍ଲୁ ହଂସ, ଯଯାତି ସିନ୍ଦୁର, ମଣ୍ଟୁ ସରାଫ, ମଣ୍ଟୁ ଟାଣି, ଦିବସ ମାଝୀ, ପପୁନ ପାଣିଗ୍ରାହୀ, ସୋନୁ ପୁଟେଲ, ସୁନିସ ପ୍ରଧାନୀ, ରଶ୍ମିକାନ୍ତ ସିନ୍ଦୁର, ଶେଷାଙ୍କ ଶେଖର ଯାଦବ, ରୂପକ ଯାଦବ, ସୁଧୀର ବାଗ, ଦିବ୍ୟସିଂ ନାଏକଙ୍କ ସହ ଆୟୋଜକ କମିଟି ସହଯୋଗ କରିଥିଲେ । ଆଶୀର୍ବାଦ ସା ରେଫରୀ ଓ ଆଶିଷ ସା, ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା, ଲାଇନ ମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।