jayashree

କରାଟେ ଓ ଟାଇକଣ୍ଡୋ ସଂଘର ବେଲ୍ଟ ଗ୍ରେଡିଂ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ବେଲ୍ଟ ଗ୍ରେଡିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସାମ୍ବାଦିକ ଅଞ୍ଜନ ପ୍ରଧାନ ଓ ସମ୍ମାନିତ ଅତିଥି ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଯୋଗଦାନ ଦେଇଥିଲେ । ଏଥିରେ କରାଟେ ଆରୁଷ ଅଭିଷେକ ନାଏକ, ସାଇ ଶଙ୍କର ମହାନ୍ତି, ଅର୍ଣ୍ଣିତ କୁମାର ପ୍ରଧାନ, ପ୍ରିନ୍ସ ପ୍ରଧାନ, ଜାବେଜ କର, ଯଶପ୍ରୀତ ସାହୁ, ନୃପିତା ସେଠ, ପ୍ରତ୍ୟୁଷ ଆଶୁତୋଷ ମହାରଣା, ଆଶିଷ ସାହୁ, ଜୟମ ସାହୁ ବେଲ୍ଡ ଗ୍ରେଡିଂ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଟାଇକଣ୍ଡୋରେ ୟୁହାନ ଭୋଇ, ସୀମାଦ୍ରୀ ଆଦେଶ, ଚର୍ଚ୍ଚିତ ସାହୁ, ଦିଶାରାଣୀ ମହାଲିଙ୍ଗ, ଶିବାଂଶୁ ଶେଖର ଦ୍ୱାରି, ସ୍ନେହା ଆତ୍ମଜା ଦ୍ୱାରି, ଅଥକ ଅଦମ୍ୟା, ରାଧିକା ଅଗ୍ରୱାଲ, ଭାଗ୍ୟଶ୍ରୀ ନାଗ, ସାକେତ କୁମାର ହୋତା, ଜେନିସା ପୋଲ ବେଲ୍ଡ ଗ୍ରେଡିଂ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ । ଏହି ଅବସରରେ ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ବେଲ୍ଟ ପ୍ରଦାନ କରିଥିବା ବେଳେ କରାଟେ ତଥା ଟାଇକୋଣ୍ଡ କୋଚ ଅସୀମ ଭୋଇ ଛାତ୍ରମାନଙ୍କୁ ବୃକ୍ଷ ପ୍ରଦାନ କରିଥିଲେ ।

Leave A Reply

Your email address will not be published.