ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ

  • ଫକୀର ମୋହନଙ୍କ ସାହିତ୍ୟର ପଟ୍ଟାନ୍ତର ନାହିଁ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଫକୀର ମୋହନଙ୍କ ୧୮୪ତମ ଜୟନ୍ତୀ ମହା ସମାରୋହରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଉଲକେଲା ଇସ୍ପାତ କାରଖାନାର ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଯୋଗଦେଇ ଥିବା ବେଳେ ଗାଳ୍ପିକା ଅଧ୍ୟାପିକା ମହାଶ୍ୱେତା ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ‘ଫକୀର ମୋହନଙ୍କ ସାହିତ୍ୟରେ ସମକାଳୀନ ଚିତ୍ର’ ଶୀର୍ଷକ ଆଲୋଚନା କରିଥିଲେ । ଫକୀର ମୋହନଙ୍କ ସାହିତ୍ୟ ସମାଜର ପରିବର୍ତ୍ତନ ପାଇଁ ଅଭିପ୍ରେତ ଥିଲା ଏବଂ ସେ ସାହିତ୍ୟର ପଟ୍ଟାନ୍ତର ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ପ୍ରଥମେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଏବଂ ଗଜେନ୍ଦ୍ର ମୁର୍ମୁଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ସଭାରମ୍ଭ କରାଯାଇଥିଲା । ସାଧାରଣ ସଂପାଦକ ମନୋଜ କୁମାର ନନ୍ଦ ସଭା ପରିଚାଳନା କରିଥଲେ ଏବଂ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇତ୍ୟବସରରେ ଅତିଥି ମାନଙ୍କ ଦ୍ୱାରା ସାହିତ୍ୟ ସଂସଦର ବାର୍ଷିକ କ୍ୟାଲେଣ୍ଡର ଲୋକାର୍ପିତ କରଯାଇଥିଲା । ଜଗନ୍ନାଥ ସରସ୍ଵତୀ ଏବଂ ନୀଳମଣି ପାତ୍ରଙ୍କ ସ୍ମୃତିରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଗଳ୍ପ ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ୧୧ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । କବି ସୁମିତ୍ରା ବାରିକଙ୍କୁ କୁନ୍ତଳା କୁମାରୀ ଦେବୀ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସହ ସାଧାରଣ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ସୁପୁତ୍ର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ପରୀକ୍ଷାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କବି ବିଜୟିନୀ ଜେନାଙ୍କ ସଭାପତିତ୍ୱରେ ଏବଂ ଖଗେନ୍ଦ୍ର ବେହେରା, ସୁମିତ୍ରା ମିଶ୍ର ଓ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ନିକୁଞ୍ଜ ବିହାରୀ ଦାସ, ରଘୁବର ଧଳ, ମଞ୍ଜୁଳା କୁମାରୀ ରଥ, ସତ୍ୟବ୍ରତ ଦାସ, ଡ. କିଶୋରୀ ଦାସ, ମମତା ଜେନା, ସୁମିତ୍ରା ବାରିକ୍, ଭୀମସେନ ସାହୁ, ପ୍ରତାପ କୁମାର ପଣ୍ଡା, ସୁସ୍ମିତା ମହାପାତ୍ର, ନିଶିକାନ୍ତ ମିଶ୍ର, ହରମୋହନ ମିଶ୍ର, ସରୋଜ କୁମାର ଦାସ, ଗୌତମ ଦାସ, ସସ୍ମିତା ପ୍ରଧାନ, କୁଞ୍ଜ ବିହାରୀ ରାଉତ୍, ସୁଶାନ୍ତ ନାୟକ, ଖଗେନ୍ଦ୍ର ବେହେରା, ସୁମିତ୍ରା ମିଶ୍ର, ସବିତା ପରିଡ଼ା, ଅଭିରାମ ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ । ତ୍ରିଲୋଚନ ମଥାନ, ଡ. କୃପାସିନ୍ଧୁ ନାୟକ, ତାରିଣୀ ଚରଣ ସାହୁ, ମମତା କୁମାରୀ ଜେନା, ସୁଦାମ ଚରଣ ଦାସ, ଶର୍ମିଷ୍ଠା କବି ଶତପଥୀ, ବ୍ରଜେନ୍ଦ୍ର ଦାସ, ବଳରାମ ଦାସ, ଚିତ୍ତରଞ୍ଜନ ବ୍ରହ୍ମା, ସବିତା ବସ୍ତିଆ, ପ୍ରବୀର କୁମାର ଦୁବେ, ଡ. ଶକ୍ତି ପ୍ରାସାଦ ସାମନ୍ତରାୟ, ଅଜୟ କୁମାର ପାଣି, ନିହରିକା ବସ୍ତିଆ ପ୍ରମୁଖ ବହୁ କବି, ଲେଖକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଶେଷରେ ସୁଶାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.