csstore

ପଦ୍ମପୁର ବ୍ରାହ୍ମଣ ସମାଜ ପକ୍ଷରୁ ମକର ସଂକ୍ରାନ୍ତି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବ୍ରାହ୍ମଣ ସମାଜ ପଦ୍ମପୁର, ମକର ମିଳନ ପାଳନ କରିଥିଲା । ଏ ଅବସରରେ ନଗରିକର କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା । ବ୍ରାହ୍ମଣ ସମାଜର ସମ୍ପାଦକ ସଦାନନ୍ଦ ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲାପରେ ଡକ୍ଟର ବାଞ୍ଛାନିଧି ପଣ୍ଡା ଆଲୋଚ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ତାପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପ୍ରଥମ ସତ୍ର’ ଭାରତୀୟ ସମ୍ବିଧାନ ଆଧାରରେ ନାଗରିକର କର୍ତ୍ତବ୍ୟ ‘ ବିଷୟରେ ଅଧ୍ୟାପକ ଡକ୍ଟର ଖ୍ୟାତିମୟ ତ୍ରିପାଠୀ ତାଙ୍କର ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଦ୍ଵିତୀୟ ସତ୍ରର ଆଲୋଚ୍ୟ ବିଷୟ ଥିଲା ‘ରାଷ୍ଟ୍ର ନିର୍ମାଣରେ ନାଗରିକର ଉତ୍ତର ଦାୟିତ୍ୱ’ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ପ୍ରିୟଦର୍ଶୀ ଯୋଶୀ ପ୍ରଥମେ ରାଷ୍ଟ୍ରର ସଂଜ୍ଞା ବୁଝାଇ, ତାର ସର୍ବାଙ୍ଗୀନ ଉନ୍ନତି ତାର ପୁତ୍ର ରୂପି ନାଗରିକର ତ୍ୟାଗ, ନିୟମ ପାଳନ, ସ୍ଵକୁ ନେଇ ଗର୍ବ ତଥା ସମସ୍ତ ସମାଜ ପ୍ରତି ସମଭାବନା ବିନା ସମ୍ଭବ ନୁହେଁ ବୋଲି ପ୍ରତିପାଦନ କରିଥିଲେ । ଆଲୋଚନାରେ ସତ୍ୟନାରାୟଣ ତ୍ରିପାଠୀ, ମନୋଜ ପଣ୍ଡା ଅଂଶ ଗ୍ରହଣ କରିଥିଲେ । ପଣ୍ଡିତ ଅତ୍ରାହି ପାଣିଗ୍ରାହୀ ମନ୍ତ୍ରପାଠ ପୂର୍ବକ ସେମିନାର ଆରମ୍ଭ କରିଥିଲେ । ଶେଷରେ ସମାଜର ସଭାପତିଙ୍କ ଅଭିଭାଷଣ ପରେ ଶାନ୍ତିପାଠ ପୂର୍ବକ ସଭା ସମ୍ପନ୍ନ ହୋଇଥିଲା । ଅଧ୍ୟାପକ ଦିବ୍ୟକିଶୋର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏ ସେମିନାରରେ ବ୍ରାହ୍ମଣ ସମାଜ ତଥା ଅନ୍ୟ ସମାଜର ପ୍ରାୟ ପଚାଶ ଜଣ ଉପସ୍ଥିତ ଥିଲେ । ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହିନୀର ସଭ୍ୟ/ସଭ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାହିତ ହୋଇଥିଲା ।

jayashree
Leave A Reply

Your email address will not be published.