ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ବିବେକାନନ୍ଦ ଯୁବକ ସଂଘ ତରଫରୁ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗଣେଶ ମୁଣ୍ଡାଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ପ୍ରଶାନ୍ତ ଦାସଙ୍କ ଆବାହକତ୍ୱ ଓ ସୁମିତ ଦାସଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତ, ଆଇଜିଏଚର ସେବା ନିବୃତ ଡାକ୍ତର ପଙ୍କଜ କୁମାର ନନ୍ଦ,ସିଆଇଟିଆଇ ନିର୍ଦ୍ଦେଶକ ଆଦିଲ ମେହେମୁଦ, ଦିପାଂଶୁ ବେହେରା, ରାଜଲକ୍ଷ୍ମୀ ପାତ୍ର ଝଲକୁ ତନ୍ତୀ, ପ୍ରଜ୍ଞା ପରମିତା ଦାସ, ସୌମ୍ୟ ରଞ୍ଜନ ପ୍ରଧାନ, ଗୌତମ ବାଡା ପ୍ରମୁଖ ଯୋଗଦେଇ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସକାଳେ ସଂଘ ତରଫରୁ ପ୍ରଭାତଫେରୀ କରାଯାଇ ସଚେତନତା ବାର୍ତ୍ତା ବଣ୍ଟାଯାଇଥିଲା । ଏହି ଅବସରରେ ରାଞ୍ଚି ଓ ରାଉରକେଲାର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଗସ୍ତି ଦାସ, ବୁଟୁ ବଡାଇକ, ଗଣେଶ କୁମ୍ଭାର, ସନ୍ତୋଷ କୁମ୍ଭାର, ପ୍ରକାଶ ସିଂ, ଆଶିଷ ଦାସ, ଚଞ୍ଚଳା କୁମ୍ଭାରଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।