ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ଫ୍ରି ଆକ୍ୟୁପ୍ରେସର ସେଣ୍ଟରର ୨୬ ତମ ତ୍ରିଦିବସୀୟ ବାର୍ଷିକ ଉତ୍ସବ ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୧୦ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେଣ୍ଟରର ସମ୍ପାଦକ ସୁରେନ୍ଦ୍ରନାଥ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ଟି ଶାଖାର ମୁଖ୍ୟ ପ୍ରକାଶ ଚନ୍ଦ୍ର ପାତ୍ର, ଦିଗମ୍ବର ପାଢ଼ୀ, ସୁବ୍ରତ ଦାସ, ବିପ୍ର ଚରଣ ସେଠୀ, ଲଳିତ କୁମାର ସ୍ୱାଇଁଙ୍କ ସମେତ କିଛି ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁରେଶ କୁମାର ଶର୍ମା ମୁଖ୍ୟଅତିଥି, ସୁଶିଳ ମିଶ୍ର ଓ ସେକ୍ଟର ୭ ଦିବ୍ୟ ଜୀବନ ସଂଘର ସଭାପତି ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ସମ୍ପାଦକ ଶ୍ରୀ ବେହେରାଙ୍କ ତତ୍ତ୍ଵାବଧାନରେ ୫ଟି ଶାଖାରେ ସକାଳ ଓ ସନ୍ଧ୍ୟାରେ ଶତାଧିକ ବ୍ୟକ୍ତିଙ୍କୁ ନିଃଶୁଳ୍କ ଆକ୍ୟୁପ୍ରେସର ସେବା ଯୋଗାଇ ଦିଆଯାଉଛି । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଆହୁରି ଜନାଦୃତ ହେବ ବୋଲି ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଛେଣ୍ଡ ସଂଘର ସଭାପତି ବିଜୟ ଅଗ୍ରୱାଲ, ମୃତ୍ୟୁଞ୍ଜୟ ଗାରୁ, ବିଭୁତି ଭୁଜବଳ, ଚିନ୍ମୟ ଦାସ, ତାପସ ବଳିଆର ସିଂହ, ବାଇଧର ପ୍ରଧାନ ଓ ୫ଟି ଶାଖାର ମୁଖ୍ୟମାନେ ତଥା ସମସ୍ତ ଭାଇଭଉଣୀମାନେ ସହଯୋଗ କରିଥିଲେ ।
Prev Post
Next Post