ରାଉରକେଲା, (ସସ୍ମିତା ପ୍ରଧାନ) : ଶାକାହାରୀ ରଙ୍ଗଣୀ ସମାଜ କଲ୍ୟାଣ ସମିତି ଟ୍ରଷ୍ଟ ରାଉରକେଲାର ୩୪ତମ ବାର୍ଷିକୋତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ହନୁମାନ ବାଟିକା ଠାରେ ସମାରୋହରେ ପାଳନ ହୋଇଯାଇଛି । ଭାସ୍କର ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲାବେଳେ, ସମ୍ପାଦକ ଦୟାନିଧି ସାହୁ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ କୁମାରୀ ସସ୍ମିତା ସାହୁ ଓ ସୁଜାତା ସାହୁ । ଏହି ଅବସରରେ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ସମାଜର ପାରମ୍ପରିକ ସଂସ୍କୃତି ଅନୁସାରେ ବରିଷ୍ଟ ସଦସ୍ୟ ଓ ସଦସ୍ୟା ହରି ସେନାପତି ଓ ସୁନା ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଛୋଟ ଛୋଟ ପିଲାମାନଙ୍କୁ ନେଇ କୌତୁକ ପୋଷାକ, ନୃତ୍ୟ, ଚିତା ପ୍ରତିଯୋଗିତା ଏବଂ ମ୍ୟୁଜିକାଲ ଚେୟାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବେଳେ ଶେଷରେ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post