jsm

ଇନ୍ଦ୍ରାବତୀରୁ ରବି ଜଳ ସେଚନର ଶୁଭାରମ୍ଭ

csstore

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁର ବେରେଜରୁ ବୁଧବାର ପୂର୍ବାହ୍ନରୁ ଇନ୍ଦ୍ରାବତୀ ବାମ, ଦକ୍ଷିଣ, ଓ ମେଗା ଲିଫ୍ଟ କେନାଲରୁ ରବି ଜଳ ସେଚନ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । ଏହି ଜଳ ସେଚନର ଅବଧି ମେ ମାସ ଛଅ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି । ହାତୀ ବେରେଜର ପୂଜା ଅର୍ଚ୍ଚନା ପରେ ଜଳ ସେଚନର ଶୁଭାରମ୍ଭ କରାଯାଇ ଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା, ମେଗା ଲିଫ୍ଟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ରଘୁନାଥ ମୁଣ୍ଡା, କେ. ନାରାୟଣ ରାଓ, କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ଜାଳି, ଶାନ୍ତନୁ କୁମାର ଲେଙ୍କା, ଭଗବାନ ନାହାକ, ବିକାଶ ବେହେରା, ଶ୍ରୀନିବାସ ରାଓଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ବାମ ମୁଖ୍ୟ କେନାଲରେ ୪.୯୬, ଦକ୍ଷିଣ ମୁଖ୍ୟ କେନାଲରେ ୩.୪୮ଓ ମେଗା ଲିଫ୍ଟ କେନାଲର ୭.୫କୁମେକ୍ସ ପାଣି ଛଡ଼ା ଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ୬୪୦.୭୧ ମିଟର ଅର୍ଥାତ୍ ୮୮.୩୪ ପ୍ରତିଶତ ଜଳ ଗଚ୍ଛିତ ରହିଥିବା ବେଳେ ଗତ ବର୍ଷ ଆଜିର ଦିନରେ ୬୩୫.୧୮ ପ୍ରତିଶତ ପାଣି ଗଚ୍ଛିତ ରହିଥିଲା । ସାଂପ୍ରତିକ ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ୭୬, ୪୩୦ ହେକ୍ଟର ଜମିରେ ଜଳ ସେଚନ ପାଇଁ ଚୁଡାନ୍ତ ନିଷ୍ପତ୍ତି ହେବା ସହିତ ଜଳ ସେଚନର ଶୁଭାରମ୍ଭ କରାଯାଇଛି ବୋଲି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.