jsm

ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବ ଆସନ୍ତା ଜାନୁଆରୀ ମାସରେ ଆୟୋଜିତ ହେଉଛି । ଏହି ଅବସରରେ ପ୍ରସ୍ତାବିତ ୨୫ଟି କାର୍ଯ୍ୟକ୍ରମ ମଧ୍ୟରୁ ୧୬ତମ କାର୍ଯ୍ୟକ୍ରମ ଭାବେ ରକ୍ତଦାନ ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ପୂରାତନ ଛାତ୍ର ଚିନ୍ତାମଣି ଚୌଧୁରୀଙ୍କ ସଂଯୋଜନାରେ ତଥା ଆର୍ଶିବାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟର ଚିକିତ୍ସକ ଅଶୋକ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଡ. ଅଭିଷେକ ବେହେରା, ଭୁତିଆରବାହାଲ ଆୟୁଷ୍ମାନ ମନ୍ଦିରର ଚିକିତ୍ସକ ଓମ୍ ପ୍ରକାଶ ସାହୁ, ଭୁତିଆରବାହାଲ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଅଜିତ ସାହୁ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୩୮ ଜଣ ରକ୍ତଦାନ କରିଥିଲେ । ସେମାନେ ହେଲେ ଅବିନାଶ ଚୌଧୁରୀ, କୀର୍ତ୍ତନ ସାହୁ, ମନୋରଞ୍ଜନ ସାହୁ, ଶଶିକାନ୍ତ ବଗର୍ତ୍ତୀ, ଡୋଳାମଣି ବାରିକ, କ୍ଷେତ୍ରମୋହନ ଭୋଇ, କୈଳାସ ଚନ୍ଦ୍ର ଭୋଇ, ଭାରତୀ ସାହୁ, ମୁକେଶ ପୁଟେଲ, ପୁରୁଷୋତ୍ତମ ବାଗ, ଆଶୀର୍ବାଦ ସାହୁ, ଦେବରାଜ ମହାକୁଡ, ଚୁମନ ପୁଟେଲ, କିରନ ପସାୟତ, ବିଦ୍ୟାସାଗର ପୁଟେଲ, ମିତାଞ୍ଚଳି ସେଠ, ନେପାଳ ବେହେରା, କୈଳାସ ଚନ୍ଦ୍ର ଭାଟି, ସୁରଞ୍ଜନ ବାଗ, ବିକାଶ ଚିରଗୁନ, ଉମେଶ ମାଝୀ, ଡୋଳାମଣି ପୁଟେଲ, ବିଷ୍ଣୁ ଦଣ୍ଡସେନା, ଗଣନାଥ ପୁଟେଲ, ଚିନ୍ମୟ ସାହୁ, ସୁଶାନ୍ତ ବାଗ, ବାସୁଦେବ ଖମାରୀ, ଦେବଦତ୍ତ ଦାସ, ଶୋଭାରାଣୀ ତାଣ୍ଡି, ପଙ୍କଜିନୀ କଲତା, ଚରଣ ପସାୟତ, ସତ୍ୟବ୍ରତ ସେନାପତି, ପ୍ରମୋଦ ସାହୁ, ତ୍ରିଭୁବନ ନାଏକ, ବନମାଳୀ ସାହୁ, ଜ୍ୟୋତି ରଞ୍ଜନ ଭୋଇ, ରମେଶ ଭୋଇ, ଚିନ୍ତାମଣି ଚୌଧୁରୀ ରକ୍ତଦାନ କରିଥିଲେ । ରାଜେନ୍ଦ୍ର ଅଗ୍ରୱାଲ, ଅକ୍ଷୟ କୁମାର ଚୌଧୁରୀ, ତେଜରାଜ ଥନାପତି, ପଞ୍ଚାନନ ଭୋଇ, ମୋହନ ଚୌଧୁରୀ, ଶ୍ୟାମ ଭୋଇ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ସ୍ନିଗ୍ଧା ସାମଲ, ବିଷ୍ଣୁପ୍ରିୟା ଗିରି, କୁନା ପୁଟେଲ, ସର୍ଣ୍ଣ ଭାଟି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିବପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.