jsm

ବ୍ରହ୍ମପୁର ଜଳସେଚନ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜଳ ସମ୍ପଦ ବିଭାଗ ଓଡ଼ିଶା ସୌଜନ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ରଘୁନାଥପୁର ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ସ୍ଥିତ କରୁଣା (ଆଇ.ବି.) ବଙ୍ଗଳା ଠାରେ ବ୍ରହ୍ମପୁର ଜଳସେଚନ ବିଭାଜନ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସହକାରୀ ନିର୍ବାହୀ ଯନ୍ତ୍ରୀ (ହିଞ୍ଜିଳି) ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜୀବ ପଣ୍ତିତ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମକୃଷ୍ଣ ସାହୁ, ସରୋଜ କୁମାର ପ୍ରହରାଜ, ହୁମ୍ମା ଉପଖଣ୍ଡ ଅଧିକାରୀ ସଦାଶିବ ପାତ୍ର, ସହକାରୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ସନ୍ତୋଷ କୁମାର୍ ସାହୁ, ମଧୁସୂଦନ ଦାଶ, (ଛତ୍ରପୁର) ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ଯନ୍ତ୍ରୀ, ଅଧିକାରୀ ଏବଂ ପାଣି ପଞ୍ଚାୟତ ସମିତିର ସଭାପତି, ସମ୍ପାଦକ, କର୍ମକର୍ତ୍ତା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳ ସଂରକ୍ଷଣ ଏବଂ ତା’ର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରି ଜନସଚେନତା କରିଥିଲେ ।

yuvodaya
Leave A Reply

Your email address will not be published.