lika

ରାଜ୍ୟରେ ଆଜି ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୮୭ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ବରଗଡ଼ରୁ ୨, ବଲାଙ୍ଗିରରୁ ୧, ବୈାଦ୍ଧରୁ ୧, କଟକରୁ ୬, ଦେଓଗଡରୁ ୧, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂପୁରରୁ ୧, ଯାଜପୁରରୁ ୨, ଝାରସୁଗୁଡ଼ାରୁ ୩, କେଉଁଝରରୁ ୧, ଖୋର୍ଦ୍ଧାରୁ ୭, କୋରାପୁଟରୁ ୧, ମୟୂରଭଞ୍ଜରୁ ୯, ପୁରୀରୁ ୮, ରାୟଗଡାରୁ ୪, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୨୬ ଓ ଷ୍ଟେଟ ପୁ୍‌ଲରୁ ୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୯୧୦ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

babaa
Leave A Reply

Your email address will not be published.