ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ମୁନିଗୁଡ଼ା, (ରମାକାନ୍ତ ପାଡ଼ାଲ୍) : ମୁନିଗୁଡ଼ା ଅମ୍ବାଦଳା ଥାନା ଷ୍ଟେସନ କୁମୁଡ଼ାବାଲି ଗାଁରେ ଘଟିଛି ଅଭାନୀୟ ଘଟଣା । ନିଜ ଘର ଭିତରୁ ବୃଦ୍ଧାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କରିଛି ଅମ୍ବଦଳା ପୋଲିସ । ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି । ତାଙ୍କ ପରିବାରରେ କେହି ନଥିବା ବେଳେ ସେ ଏକୁଟିଆ ଘରେ ରହୁଥିଲେ । ଘଟଣା ସ୍ଥଳରେ ଅମ୍ବଦଳା ପୋଲିସ, ବିଷମ କଟକ ଏସ୍‌ଡିପିଓ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ ବୃଦ୍ଧା ଜଣଙ୍କର କିପରି ମୃତ୍ୟୁ ହେଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.