ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ୍ ଗ୍ରାମର ସ୍ୱର୍ଗତ ମାଧବ ଚନ୍ଦ୍ର ମୁଣ୍ଡଙ୍କ ଧର୍ମପତ୍ନୀ ତିଳୋତ୍ତମା ଦେବୀଙ୍କ ୮୫ ବର୍ଷ ବୟସରେ ନିଜସ୍ଵ ବାସଭବନରେ ଶନିବାର ଭୋର୍ରୁ ପରାଲୋକ ହୋଇଯାଇଛି । ଏକ ଗ୍ରାମ୍ୟ ଜୀବନରୁ ଜୀବନଚର୍ଯ୍ୟା ଆରମ୍ଭ କରିଥିବା ଶ୍ରୀମତୀ ତିଳୋତ୍ତମା ଦେବୀ ନିଜର ଧର୍ମୀୟ ବିଚାର ଧାରା ମଧ୍ୟରେ ନିଜ ଅଞ୍ଚଳର ସମସ୍ତଙ୍କୁ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ବାନ୍ଧି ରଖିଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେରେ ବଡ଼ ପୁଅ ସୁରେଶ ଚନ୍ଦ୍ର ମୁଣ୍ଡ,ସୁଦର୍ଶନ ,ସୁବାସ, ସୁଶାନ୍ତ, ସୁନିଲ, ଗୋବିନ୍ଦ, ସମସ୍ତ ବୋହୂ, ଝିଅ, ଜ୍ୱାଇଁ, ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଶନିବାର ପୂର୍ବାହ୍ନରେ ଅଞ୍ଚଳର ଶତାଧିକ ଜନସାଧାରଣ, ବୁଦ୍ଧିଜୀବୀ, କୁଟୁମ୍ବଙ୍କ ଶେଷ ଦର୍ଶନ ପରେ ନିକଟ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଥିଲା । ମଝିଆ ପୁଅ ସୁଦର୍ଶନ ଓ ସାନ ପୁଅ ଗୋବିନ୍ଦ ମୁଖାଗ୍ନି ଦେଇଥିଲେ ।