
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଚାରି ଦିବସୀୟ କୁଚ୍ ବେହାର ଟ୍ରଫି କ୍ରିକେଟର ଅନ୍ତିମ ଦିବସ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ପୂର୍ବଦିନର ଅସମାପ୍ତ ଖେଳ ୩ ୱିକେଟ ୨୧୨ ରନ୍ରୁ ଆରମ୍ଭ କରି ସମୁଦାୟ ୩୪୨ ରନ୍ ସଂଗ୍ରହ ପୂର୍ବକ ହିମାଚଳ ପ୍ରଦେଶ ଦଳ ନିଜର ସମସ୍ତ ୱିକେଟ ହରାଇଥିଲା । ଓଡିଶା ଦଳ ତରଫରୁ ସଫଳ ବୋଲର ଭାବେ ସୟେଦ ଟଫେଲ ଅହମ୍ମଦ ସର୍ବାଧିକ ୬ ଗୋଟି ୱିକେଟ ଓ ପ୍ରୀୟାଂଶୁ ମହାନ୍ତି ୨ ଗୋଟି ୱିକେଟ ଅକ୍ତିୟାର କରିଥିଲେ । ଫଳତଃ ଓଡିଶାକୁ ବିଜୟୀ ହେବା ପାଇଁ ୧୬୫ ରନ୍ ସଂଗ୍ରହର ଆବଶ୍ୟକତା ଥିଲା । ହେଲେ ଉଭୟ ଦଳର କ୍ୟାପଟେନ୍ ପରସ୍ପର ଆଲୋଚନା ପୂର୍ବକ ଖେଳ ଆଗକୁ ଜାରି ନ ରଖିବା ପାଇଁ ନିଷ୍ପତ୍ତି ନେଇ ଅମ୍ପେୟାରଙ୍କୁ ଜଣାଇଥିଲେ । ବିଚାର ବିମର୍ଷ ପରେ ମ୍ୟାଚର ଫଳାଫଳ ଅମିମାଂସୀତ ଘୋଷିତ ହେଲା । ପ୍ରଥମ ଇନିଂସ ଅଗ୍ରଣୀ ଯୋଗୁଁ ଓଡିଶାକୁ ୩ ପଏଣ୍ଟ ଓ ହିମାଚଳ ପ୍ରଦେଶ କୁ ୧ ପଏଣ୍ଟ ମିଳିଛି । ଆଜି କ୍ରୀଡା ସଂସଦ ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ଶରତ ନନ୍ଦ, କ୍ରୀଡା ସଂପାଦକ ବିଭୁତି ପଣ୍ଡା, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଟ, ସୁଧୀର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, ସିଦେ୍ଧଶ୍ୱର ମିଶ୍ର, କୋଚ ଅରୁଣ କୁମାର ନାୟକ, ପୃଥ୍ୱୀରାଜ ମିଶ୍ର, ସୂର୍ଯ୍ୟ ମିଶ୍ର, ଚେତନାନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।