csstore

ଓମ୍ ଭ୍ୟାଲି ସ୍କୁଲର ସନ୍ତରଣ ପ୍ରଶିକ୍ଷକଙ୍କୁ ବିଶ୍ୱ ଚମ୍ପିଆନ୍‌ସିପ୍‌ରେ ଦୁଇଟି ରୌପ୍ୟ ପଦକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ସିବିଏସ୍ଇ ଅନୁବନ୍ଧିତ ଓମ୍‌ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଅମୀୟ କୁମାର ପଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ଵସନ୍ତରଣ ଚମ୍ପିଆନ୍‌ସିପ୍‌ (ଆଧୁନିକ ପେଣ୍ଟାଥଲନ୨୦୨୫-୨୬)ରେ ଆର୍ନ୍ତଜାତୀୟ ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତକୁ ପ୍ରତିିନିଧିତ୍ୱ କରି ଦୁଇଟି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ୩୫ ଜଣ ସନ୍ତରଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ତାଙ୍କର ତ୍ୟାଗ, ଅନୁଶାସନ ଏବଂ ଦୃଢ଼ସଂକଳ୍ପ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଦେଇଛି । କ୍ରୀଡ଼ାପ୍ରେମୀମାନେ ତାଙ୍କର ସଫଳତାରେ ଗର୍ବ ପ୍ରକାଶ କରିଛନ୍ତି । ତାଙ୍କର ଏହି ବିଜୟ ପରେ ଓମ୍ ଭ୍ୟାଲି ପରିଚାଳନା କମିଟି ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଅଭିଭାବକମାନେ ବ୍ୟାପକ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି । ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ “ପାଇଁ ଏହା ଏକ ଏହି ଅସାଧାରଣ ମାଇଲଖୁଣ୍ଟ ତଥା ଗର୍ବର ବିଷୟ ହୋଇଛି । ଏହା ତୀକ୍ଷ୍ଣ ବୁଦ୍ଧି, ସମର୍ପଣ ଏବଂ ଭାରତର ସମୃଦ୍ଧ ଐତିହ୍ୟ ବିଷୟରେ ଗଭୀର ଜ୍ଞାନର ଏକ ଉଜ୍ଜ୍ୱଳ ପ୍ରମାଣ । ଶିକ୍ଷା ବାହାରେ କର୍ମଚାରୀମାନେ ଯେଉଁ ରୋମାଞ୍ଚକର ସୁଯୋଗ ଗୁଡ଼ିକୁ ଅନୁସନ୍ଧାନ କରନ୍ତି ତାହାର ଏକ ଉଜ୍ଜ୍ୱଳ ଉଦାହରଣ । ବୁଧବାର ଅମିୟ ପ୍ରଧାନ ଟିଟିଲାଗଡ ରେଳ ଷ୍ଟେସନରେ ପହଞ୍ଚିବା ପରେ ଓମ ଭ୍ୟାଲି ସ୍କୁଲର ପ୍ରଧାନ ଶିକ୍ଷକ, ଚିଫ୍ ଏକାଡେମୀକ କୋର୍ଡିନେଟର, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସହର ପରିକ୍ରମା କରାଇ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲକୁ ନେଇଥିଲେ । ସେଠାରେ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ ଦୀପକ କୁମାର ସାହୁ ଅମିୟଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସେଠାରୁ ସ୍କୁଲ ପରିସର ଭିତରକୁ ପାଛୋଟି ନେଇଥିଲେ ।

jayashree
Leave A Reply

Your email address will not be published.