ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ଥାନାରେ ଯୁବକଙ୍କ ବଡ଼ ଅଭିଯୋଗ । ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୁରେଶ ବଡକା ନାମକ ଜଣେ ଯୁବକ ଅଭିଯୋଗ କରିଛନ୍ତି । ଯୁବକଙ୍କ ଅଭିଯୋଗ ମୁତାବକ, ବଲାଙ୍ଗିର ଲୋୟର ସୁକତେଲ ବିସ୍ଥାପିତ ହୋଇ କୁଶମେଲରେ ରହୁଥିବା ବେଳେ ଗତ ବିଳମ୍ବିତ ରାତିରେ କୁଶମେଲ ଓ ଖଲିଆପାଲିର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଘରେ ପଶି ପିଇବା ପାଣି ମାଗିବା ସହ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ । ଆଜି ସକାଳୁ ସୁରେଶ ଓ ତାଙ୍କ ୨ ସାଙ୍ଗ ଆସୁଥିବା ବେଳେ ରାସ୍ତାରେ ଅଟକାଇ ସେହି ନିଶାଶକ୍ତ ଯୁବକ ମାନେ ପୁଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଗ୍ରାମବାସୀ ପଳେଇ ଆସିବାରୁ ସୁରେଶ ଓ ତାଙ୍କ ଦୁଇ ସାଙ୍ଗ ରକ୍ଷା ପାଇଯାଇଥିଲେ । ଘଟଣା ସ୍ଥଳରୁ ସଂପୃକ୍ତ ଯୁବକମାନେ ଫେରାର ମାରିଥିବା ବେଳେ ସୁରେଶ ଘଟଣାକୁ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଯୁବକ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।