ମା’ ସାହାଜୀ ଯୁବକ ସଂଘର ରୌପ୍ୟ ଜୟନ୍ତୀ ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ୧୮ ତାରିଖ ଗୁରୁବାର ଦିନ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଅପରାହ୍ନ ୨ ଘଟିକାରେ କପିଲାଭଟା ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ସାହାଜି କଟେନଙ୍କ ପୀଠରୁ ମଶାଲ ଯାତ୍ରା ଓ ସନ୍ଧ୍ୟାରେ ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି କେଭି କଲେଜର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ସଞ୍ଜୟ ମିଶ୍ର ଓ ଅନ୍ୟମାନେ ଅତିଥିଭାବେ ଯୋଗଦେବେ । ଏହି ଅବସରରେ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ, ଅଙ୍ଗନବାଡ଼ି କର୍ମୀ ପ୍ରିୟା ବାଗ, ଆଶାକର୍ମୀ ସଂଗୀତା ବନଛୋର, ଏମବିକେ ଭୁଜଙ୍ଗିନୀ ହଂସ, ସିଆରପି ଇନ୍ଦୁମତି ହଂସଙ୍କ ସହ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରୁ ଛଉ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ମା’ ସାହାଜି ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ, ସଭାପତି ଜିତାମିତ୍ର ବିଶି, ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.