ଲୋଇସିଂହା, (ବିମଳେନ୍ଦୁ ସାହୁ) : ତ୍ରିଲୋଚନ ନେତ୍ରାଳୟ ବଲାଙ୍ଗିର ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ସହଯୋଗରେ ଏକ “ମାଗଣା ଚକ୍ଷୁ ପରୀକ୍ଷା ଶିବିର” ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଖପାଖ ଗ୍ରାମାଞ୍ଚଳରୁ ୬୫ ଜଣ ରୋଗୀ ଆସି ନିଜ ଆଖି ପରୀକ୍ଷା କରିଥିଲେ । ମୋତିଆ ବିନ୍ଦୁ ତଥା ଅନ୍ୟାନ୍ୟ ଚକ୍ଷୁ ଅସୁବିଧା ଜନିତ ରୋଗୀଙ୍କୁ ଚି଼ହ୍ନଟ କରି ବଲାଙ୍ଗିର ତ୍ରିଲୋଚନ ନେତ୍ରାଳୟ ଅପରେସନ ପାଇଁ ନେବା ସହ ଚାଳିଶା ରୋଗୀଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ ମ୍ୟାନେଜର ଅଜୟ କୁମାର ସ୍ୱାଇଁ, ଅଜପା ନନ୍ଦ ସାହୁଙ୍କ ସମେତ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପହ୍ଲାଦ ପଧାନ, ସୁଶାନ୍ତ ସା, ଆଶିଷ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post